Below header

ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ଆଜି ହାଜର ହେବେନାହିଁ ସିଏମ୍‌ ରେଭନ୍ତ ରେଡ୍ଡୀ, ଆହୁରି ୧୨ ଜଣଙ୍କୁ ନୋଟିସ୍‌

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ୧୬ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଯଦିଓ ତେଲଙ୍ଗାନା ସିଏମ୍ ଏବଂ ବାକି ୩ ଜଣ ନେତା ଓକିଲଙ୍କ ମାଧ୍ୟମରେ ମେଲ ଦେଇ ସମୟ ମାଗିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ୧୬ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଯଦିଓ ତେଲଙ୍ଗାନା ସିଏମ୍ ଏବଂ ବାକି ୩ ଜଣ ନେତା ଓକିଲଙ୍କ ମାଧ୍ୟମରେ ମେଲ ଦେଇ ସମୟ ମାଗିଛନ୍ତି ।

ଏହି ନେତାମାନେ ଆଜି ଦିଲ୍ଲୀ ଆସିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି । ଏହାରି ଭିତରେ ଦିଲ୍ଲୀ ପୋଲିସ ଏହି ମାମଲାରେ ଆଉ ୧୨ ଜଣଙ୍କୁ ନୋଟିସ ପଠାଇଛି । ସୂଚନା ମୁତାବକ, ତେଲଙ୍ଗାନା ସିଏମ୍‌ଙ୍କ ସହ ଅନ୍ୟ ୩ ଜଣ ନେତା କିଛି ଦିନର ସମୟ ମାଗିଛନ୍ତି । ଦିଲ୍ଲୀ ପୋଲିସର IFSO ୟୁନିଟ୍ ତେଲଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ସମେତ ଚାରି ଜଣଙ୍କୁ ନୋଟିସ୍ ଦେଇଥିଲା ।

ନୋଟିସରେ ମେ’ ୧ ସକାଳ ସାଢ଼େ ୧୦ଟାରେ ଆସିବାକୁ କୁହାଯାଇଥିଲା । କିନ୍ତୁ ଏହାପୂର୍ବରୁ ଓକିଲଙ୍କ ଦ୍ୱାରା କିଛି ଦିନର ସମୟ ମଗାଯାଇଛି । IFSO ୟୁନିଟ୍ ମୋଟ ୧୬ ଜଣଙ୍କୁ ନୋଟିସ୍ ଦେଇଛି । ସମସ୍ତଙ୍କୁ ନିଜ ମୋବାଇଲ୍ ଫୋନ୍‌ ଏବଂ ଗ୍ୟାଜେଟ୍ ଡିଭାଇସ୍ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉ କି, ଗୃହମନ୍ତ୍ରୀଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ଗତକାଲି ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅହମ୍ମଦାବାଦ ସାଇବର କ୍ରାଇମ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ସହ ଜଡିତ । ଗୃହମନ୍ତ୍ରୀଙ୍କର ଦୁଇଟି ସଭାର ଭିଡିଓକୁ ଏଡିଟ୍‌ କରି ଏହାକୁ ଭାଇରାଲ କରାଯାଇଥିଲା ।

ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ସତୀଶ ଭନସୋଲା ଓ ଆର୍‌.ବି. ବାରିଆ । ସତୀଶ କଂଗ୍ରେସର ଜଣେ ବିଧାୟକଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପରିଚାଳନା କରୁଥିବା ବେଳେ ଆର୍‌.ବି. ବାରିଆ ହେଉଛନ୍ତି ଆମ୍ ଆଦମୀ ପାର୍ଟିର ଦାହୋଦ ଜିଲ୍ଲା ମୁଖ୍ୟ । ଦୁହେଁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିଥିଲେ ।

କହି ରଖୁଛୁ ଯେ ଏହି ମାମଲାରେ ଦିଲ୍ଲୀ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅନେକ ରାଜ୍ୟରେ ଯାଞ୍ଚ କରୁଛି । ଏଡିଟେଡ୍‌ ଭିଡିଓର ଯାଞ୍ଚ କରିବା ପାଇଁ ପୋଲିସ ଟିମ୍‌କୁ ଝାଡ଼ଖଣ୍ଡ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଏବଂ ନାଗାଲାଣ୍ଡକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.