ମହାନଦୀ ବୋଟ୍ ଟ୍ରାଜେଡି, ଉଦ୍ଧାର ହେଲା ସମସ୍ତ ୮ ନିଖୋଜଙ୍କ ମୃତଦେହ

ମହାନଦୀ ଲଖନପୁର ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଉଦ୍ଧାର ହେଲା ସମସ୍ତ ୮ ନିଖୋଜଙ୍କ ମୃତଦେହ।

ଝାରସୁଗୁଡ଼ା (କେନ୍ୟୁଜ): ମହାନଦୀ ଲଖନପୁର ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଉଦ୍ଧାର ହେଲା ସମସ୍ତ ୮ ନିଖୋଜଙ୍କ ମୃତଦେହ। ୩ ଶିଶୁ ଓ ୫ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଛତିଶଗଡ଼ ଅତରଲିଆ ଅଞ୍ଚଳର ୫୦ ଜଣ ବୋଟରେ ବରଗଡ଼ ଆମ୍ବାଭୋନାର ପଥରସିନୀକୁ ଆସିଥିଲେ। ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ମହାନଦୀରେ ବୁଡ଼ି ଯାଇଥିଲା ଡଙ୍ଗା। ଡଙ୍ଗାରେ ମହିଳା, ପୁରୁଷ ଓ ଛୋଟ ପିଲା ଥିଲେ l

ସୂଚନା ଅନୁସାରେ ଗତକାଲି ଡ଼ଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ସରଧା ଡ଼ଙ୍ଗା ଘାଟକୁ ଆସୁଥିଲେ । ସେମାନଙ୍କ ମଧ୍ୟରେ ୪୫ ଜଣ ଛତିଶଗଡ ଅଂଚଳର ଥିଲେ । ସେମାନେ ବରଗଡ଼ ପଥରା ସେନୀକୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବା ବେଳେ ସରଧା ଘାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଡଙ୍ଗା ଓଲଟିବା ସମୟରେ ପ୍ରାୟ ୩୫ ଜଣଙ୍କୁ ମତ୍ସ୍ୟଜୀବୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.