କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖରେ ନାହିଁ ନିଜସ୍ୱ କାର୍‌, ପାଖରେ ନଗଦ ୨୪ ହଜାର ଟଙ୍କା, ୧୫.୭୭ ଲକ୍ଷ ଟଙ୍କାର ଋଣ

କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନିଜର କାର୍ ନାହିଁ । ତାଙ୍କ ପାଖରେ ୨୦ କୋଟି ସ୍ଥାବର ଏବଂ ୧୬ କୋଟିର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ କାର ନାହିଁ । ଏହି ସମ୍ପତ୍ତିରେ ସେ ଚାଷ କରନ୍ତି । ତାଙ୍କ ଉପରେ ୧୫.୭୭ ଲକ୍ଷ ଟଙ୍କାର ଋଣ ରହିଛି । ତାଙ୍କ ବାର୍ଷିକ ଆୟ ୨୦୨୨-୨୩ରେ ୭୫.୦୯ ଲକ୍ଷ ଥିଲା । ତାଙ୍କ ପାଖରେ କେବଳ ୨୪, ୧୬୪ ଟଙ୍କା ନଗଦ ରାଶି ରହିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରେ ରୋଡ ଶୋ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗାନ୍ଧିନଗର ଲୋକସଭା ସିଟ୍‌ ବିଜେପି ସିଟ୍‌ । ଏହି ସିଟରେ ଲଗାତାର ବିଜେପି ବିଜୟ ହାସଲ କରୁଛି । ଏଠାରେ ତୃତୀୟ ପର୍ଯ୍ୟାୟରେ ମଇ ୭ ତାରିଖରେ ଭୋଟ ହେବ । ତେବେ ଏହି ସିଟ ପାଇଁ ଅମିତ ଶାହ ନାମାଙ୍କନ ପତ୍ର ଦାଖଲ କରିବା ପରେ ସତ୍ୟପାଠ ସାମ୍ନାକୁ ଆସିଛି ।

ସତ୍ୟପାଠ ମୁତାବକ, କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନିଜର କାର୍ ନାହିଁ । ତାଙ୍କ ପାଖରେ ୨୦ କୋଟି ସ୍ଥାବର ଏବଂ ୧୬ କୋଟିର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ କାର ନାହିଁ । ଏହି ସମ୍ପତ୍ତିରେ ସେ ଚାଷ କରନ୍ତି । ତାଙ୍କ ଉପରେ ୧୫.୭୭ ଲକ୍ଷ ଟଙ୍କାର ଋଣ ରହିଛି । ତାଙ୍କ ବାର୍ଷିକ ଆୟ ୨୦୨୨-୨୩ରେ ୭୫.୦୯ ଲକ୍ଷ ଥିଲା । ତାଙ୍କ ପାଖରେ କେବଳ ୨୪, ୧୬୪ ଟଙ୍କା ନଗଦ ରାଶି ରହିଛି । ଅମିତ ଶାହଙ୍କ ନିକଟରେ ୭୨ ଲକ୍ଷ ଟଙ୍କାର ଗହଣା ଥିବା ବେଳେ ସେଥି ମଧ୍ୟରୁ ସେ ୮. ୭୬ ଲକ୍ଷ ମୂଲ୍ୟର ଅଳଙ୍କାର କିଣିଛନ୍ତି ।

ଅମିତ ଶାହଙ୍କ ସମ୍ପତ୍ତି :

ମୋଟ ସମ୍ପତ୍ତି : ୩୬.୬୫ କୋଟି
ସ୍ଥାବର ସମ୍ପତ୍ତି: ୨୦.୩୩ କୋଟି
ଅସ୍ଥାବର ସମ୍ପତ୍ତି: ୧୬.୩୧ କୋଟି
ଋଣ : ୧୫.୭୭ ଲକ୍ଷ ଟଙ୍କା
ନଗଦ ରାଶି: ୨୪,୧୬୪ ଟଙ୍କା
୨୦୨୨-୨୩ ଆୟ : ୭୫.୦୯ ଲକ୍ଷ ଟଙ୍କା
ବ୍ୟବସାୟ : ଚାଷ ଏବଂ ସାମାଜିକ କାର୍ଯ୍ୟ
ଆୟ : ସାଂସଦ ବେତନ, ଘର-ଜମି ଭଡା, ଚାଷ ଏବଂ ସେୟାର ଆୟ

ଅମିତ ଶାହଙ୍କ ପତ୍ନୀ :

ମୋଟ ସମ୍ପତ୍ତି: ୨୯,୦୧ କୋଟି
ସ୍ଥାବର ସମ୍ପତ୍ତି: ୨୨.୪୬ କୋଟି
ଅବସ୍ଥାବର ସମ୍ପତ୍ତ: ୬.୫୫ କୋଟି
ନଗଦ ଟଙ୍କା: ୩୫,୪୦୨ ଟଙ୍କା
୨୦୨୨-୨୩ ଆୟ: ୩୯.୩୯ ଲକ୍ଷ ଟଙ୍କା

ଅମିତ ଶାହ ଶୁକ୍ରବାର ଅପରାହ୍ନ ୧୨ଟା ୩୯ ମିନିଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିସହ ସେ କହିଛନ୍ତି, ଗାନ୍ଧୀନଗରରୁ ପ୍ରାର୍ଥୀ ହେବା ମୋ’ ପାଇଁ ସୌଭାଗ୍ୟର ବିଷୟ । କାରଣ ଏହି ଆସନରୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ୬ ଥର ସଂସଦକୁ ନିର୍ବାଚନ ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି ଆସନରୁ ଲଢ଼ି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.