Below header

ନୂଆପଡ଼ାରେ କାର୍ତ୍ତିକ ପାଣ୍ଡିଆନ, ୧୨ କିଲୋମିଟର ରୋଡ ସୋ’ରେ ଯାଇ ଜୋରଦାର ପ୍ରଚାର

ତୃତୀୟ ଦିନ ପ୍ରଚାର ମଇଦାନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି  l

ନୂଆପଡ଼ା : ତୃତୀୟ ଦିନ ପ୍ରଚାର ମଇଦାନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି  l ଖଡ଼ିଆଳ ରୋଡରୁ ନୂଆପଡ଼ା ୧୨ କିଲୋମିଟର ବିରାଟ ରୋଡ ସୋରେ ଯାଇଥିଲେ ।

ନୂଆପଡ଼ା ମିନି ଷ୍ଟାଡିୟମଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି, ଆପଣଙ୍କ ଜୋସ୍ ଓ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି । ନା ଡବଲ ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ । ନବୀନ ଇଞ୍ଜିନ ସବୁଠାରୁ ମଜଭୁତ । ଡବଲ ଇଞ୍ଜିନ ଯଦି ଏତେ ଭଲ, ତାହେଲେ ପଡ଼ୋଶୀ ଛତିଶଗଡରେ ବାରମ୍ବାର ଇଞ୍ଜିନ ବଦଳୁଛି କାହିଁକି ? ଆପଣଙ୍କ MP ୫ ବର୍ଷରେ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

ନୂଆପଡା-ଭବାନୀପାଟଣା ଦେଖିଲେ ଜଣାପଡୁଛି, ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍ , ରାସ୍ତା ଅବସ୍ଥା ବହୁତ ଖରାପ । ଅନେକ ପଞ୍ଚାୟତରେ ମୋବାଇଲ ନେଟ୍ ୱାର୍କ ବି ନାହିଁ । ନବୀନ ବାବୁଙ୍କ ବିଜୁ ଏକ୍ ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ NH ଦେଖନ୍ତୁ, ଫରକ ଜଣାପଡିବ । ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି ବୋଲି କହିଛନ୍ତି ପାଣ୍ଡିଆନ ।

ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନୂଆପଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାର କରିଛନ୍ତି । ଏହାସହ ଡବଲ ଶଙ୍ଖରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ୯୦ ପ୍ରତିଶତ ଭୋଟରେ ବିଜେଡିକୁ ବିଜୟୀ କରାଇବାକୁ ଭୋଟରଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ। ନୂଆପଡ଼ା ମିନିଷ୍ଟାଡିୟମ ପରେ ସେ ଗୋଲାମୁଣ୍ଡାରେ ନିର୍ବାଚନ ପ୍ରଚାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.