Below header

ଟି୨୦ ବିଶ୍ୱକପ : ଖୁବଶୀଘ୍ର ଭାରତୀୟ ଟିମ୍‌ ଘୋଷଣା, ଫୋକସରେ ଶିବମ ଦୁବେ ଏବଂ ଚହଲ

ଟି-୨୦ ପାଇଁ ଘୋଷଣା ହେବାକୁ ଥିବା ଟିମରେ କାହାକୁ ସ୍ଥାନ ମିଳିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ଅଧିନାୟକ ରୋହିତ୍ ଶର୍ମାଙ୍କ ସହ କିଏ ଓପନିଙ୍ଗ୍ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଉ କିଛିଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୪ । ଟି-୨୦ ପାଇଁ ଘୋଷଣା ହେବାକୁ ଥିବା ଟିମରେ କାହାକୁ ସ୍ଥାନ ମିଳିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ଅଧିନାୟକ ରୋହିତ୍ ଶର୍ମାଙ୍କ ସହ କିଏ ଓପନିଙ୍ଗ୍ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତ ଶର୍ମା ସବୁବେଳେ ଶୁବମିଲ ଗିଲଙ୍କ ସହିତ ଓପନିଂ କରନ୍ତି । ହେଲେ ଏଥର ଚେନ୍ନାଇ ସୁପରକିଙ୍ଗସ ଷ୍ଟାର ବ୍ୟାଟର ଶିବମ ଦୁବେଙ୍କୁ ଟିମରେ ସ୍ଥାନ ମିଳିପାରେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି । ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେ ଦମଦାର ଖେଳ ଦେଖାଉଛନ୍ତି । ଶିବମ ୮ଟି ମ୍ୟାଚରେ ୧୬୯.୯୫ର ଷ୍ଟ୍ରାଇକ୍ ରେଟରେ ୩୧୧ ରନ୍ କରିଛନ୍ତି । ତେଣୁ ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଟିମରେ ଚୟନକର୍ତ୍ତା ସ୍ଥାନ ଦେଇପାରନ୍ତି ।

ଅପରପକ୍ଷେ ଯଦି ଟି-୨୦ ବିଶ୍ୱକପ ଚୟନକର୍ତ୍ତା ଟିମ୍‌ ଶିବମ ଦୁବେଙ୍କୁ ଟିମରେ ସ୍ଥାନ ଦିଅନ୍ତି, ତେବେ କେକେଆର ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କୁ ସ୍ଥାନ ନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ରିଙ୍କୁ ସିଂ ଭାରତୀୟ ଟିମ ସହିତ ଗତବର୍ଷ ବିଶ୍ୱକପ ୨୦୨୩ରୁ ଟିମ ସହିତ ଜଡିତ ରହିଛନ୍ତି । ତେବେ ତାଙ୍କୁ ଟି-୨୦ ବିଶ୍ୱକପରେ ସ୍ଥାନ ମିଳୁଛି କି ନାହିଁ ଦେଖିବାକୁ ବାକି ରହିଲା ।
ଯଦି ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଓପନର୍ ଭାବେ ଟିମରେ ସ୍ଥାନ ମିଳେ, ତେବେ ଯଶସ୍ୱୀ ଜୟସୱାଲ ଏବଂ ଶୁବମନ ଗିଲଙ୍କ ମଧ୍ୟରୁ ଜଣକୁ ତୃତୀୟ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପଡିବ ।
ସେହିପରି ସୂର୍ଯ୍ୟକୁମାର ଯାଦବ ଆଇପିଏଲର ପ୍ରଥମ ୨ଟି ମ୍ୟାଚ ଖେଳିନଥିଲେ । ଆହତଜନିତ ସମସ୍ୟା ଯୋଗୁଁ ଖେଳିନଥିଲେ ସୂର୍ଯ୍ୟକୁମାର । ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ । କିନ୍ତୁ ସୂର୍ଯ୍ୟକୁମାର ଖେଳିଥିବା ମ୍ୟାଚରେ ବେଶ୍‌ କିଛି କମାଲ କରିପାରିନାହାନ୍ତି । ତଥାପି ତାଙ୍କୁ ଟିମ୍‌ ୪ ନଂ ସ୍ଥାନରେ ବ୍ୟାଟିଂ ପାଇଁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଚାଲିଛି ।
ତେବେ ୫ମ ସ୍ଥାନରେ ରିଷଭ ପନ୍ତ କିମ୍ବା ରବିନ୍ଦ୍ର ଜାଡେଜାଙ୍କୁ ଟିମରେ ସ୍ଥାନ ମିଳିବ, ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ରହିଛି । ଦୁର୍ଘଟଣାରୁ ଫେରିବା ପରେ ରିଷଭ ପନ୍ତ ଆଇପିଏଲରେ କମାଲ କରୁଛନ୍ତି । ଆଇପିଏଲରେ ୩ଟି ଅର୍ଦ୍ଧଶତକ ମାରିଛନ୍ତି ପନ୍ତ । ସେପଟେ ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ତେଣୁ ଚୟନକର୍ତ୍ତା ଟିମ୍‌ ୨ ଜଣଙ୍କ ମଧ୍ୟରୁ କାହାକୁ ଚୟନ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବୋଲିଂ କଥା କହିବାକୁ ଗଲେ, ଯସପ୍ରୀତ ବୁମରାଙ୍କ ବୋଲିଂ ଯାଦୁ ଆଇପିଏଲରେ ଦେଖିବାକୁ ମିଳିଛି । ମହମ୍ମଦ ଶାମିଙ୍କ ଗୋଇଠି ସର୍ଜରୀ ହୋଇଥିବାରୁ ଟି୨୦ ବିଶ୍ୱକପରେ ଖେଳିବା ଅସମ୍ଭବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଛି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଇପିଏଲରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି । ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରେ ଥିବାରୁ ବୋଲିଂରେ ଲୟ ରଖିପାରୁନାହାନ୍ତି । ତେଣୁ ଆଗାମୀ ବାକି ଥିବା ମ୍ୟାଚରେ ବୋଲିଂରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ଟିମରେ ସ୍ଥାନ ମିଳିପାରେ ବୋଲି କୁହାଯାଉଛି ।
ସେପଟେ ଯୁଜବେନ୍ଦ୍ର ଚହଲ ଆଇପିଏଲ ବୋଲିଂରେ କମାଲ କରିଛନ୍ତି । ସେ ଆଇପିଏଲରେ ଏପର୍ଯ୍ୟନ୍ତ ୧୩ଟି ଓ୍ଵିକେଟ ନେଇସାରିଛନ୍ତି । ଆଉ ଶାମି ଆହତ ସମସ୍ୟା ଯୋଗୁଁ ସ୍ପିନ ପାଇଁ ଚହଲ ଏବଂ କୁଲଦୀପଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.