Below header

ପ୍ରଚାର ପାଇଁ ହେଲିକପ୍ଟରରେ ଚଢୁଥିବା ବେଳେ ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି । ସେ ହେଲିକପ୍ଟର ଭିତରେ ପଡିଯାଇଥିଲେ । ତାଙ୍କ ଗୋଡରେ ଆଘାତ ଲାଗିଛି । କିନ୍ତୁ ବିଶେଷ କିଛି ଚିନ୍ତା କରିବାର ନାହିଁ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି । ସେ ହେଲିକପ୍ଟର ଭିତରେ ପଡିଯାଇଥିଲେ । ତାଙ୍କ ଗୋଡରେ ଆଘାତ ଲାଗିଛି । କିନ୍ତୁ ବିଶେଷ କିଛି ଚିନ୍ତା କରିବାର ନାହିଁ ।

ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ହେଲିକପ୍ଟରରେ ଯାତ୍ରା କରିବା ସମୟରେ ଏଭଳି ଦୁର୍ଘଟଣା ହୋଇଥିଲା । ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ସନ୍ତୁଳନ ହରାଇ ପଡିଯାଇଥିଲେ । ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି ।

ଏହି ଘଟଣା ପରେ ତୁରନ୍ତ ତାଙ୍କୁ ସୁରକ୍ଷାକର୍ମୀଙ୍କ ସମେତ ନିଜ ଷ୍ଟାଫ ଧରିପକାଇଥିଲେ । ତେବେ ଆଘାତ ଲାଗିବା ପରେ ମଧ୍ୟ ମମତା ଆସନସୋଲ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଥିଲେ ।

ସୂଚନାଯୋଗ୍ୟ,  ପୂର୍ବରୁ ମମତାଙ୍କ ମୁଣ୍ଡରେ ଅଧିକ ରକ୍ତଶ୍ରାବ ହେବାରୁ ଷ୍ଟିଚ ପଡ଼ିଥିଲା । ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଗୋଡ଼ରେ ଆଘାତ ଯୋଗୁ ଦିଦି ହ୍ବିଲ ଚେୟାରରେ ବସି ପ୍ରଚାର କରୁଥିବା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.