Below header

ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା, ସଚେତନ ନହେଲେ ମୃତ୍ୟୁମୁଖରୁ କେହି ବଞ୍ଚାଇ ପାରିବେନି ବୋଲି ଓ୍ଵାର୍ଣ୍ଣିଂ ଦେଲେ ପାଣିପାଗ ବିଭାଗ

ଅସମ୍ଭାଳ ତାତି । ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା ।ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କଲାଣି ତାତି । ଡହ ଡହ ଖରାରେ ଜଳୁଛି ଓଡ଼ିଶା । ବାହାରକୁ ବାହାରିବା ମୁସ୍କିଲ । ଖରା ତାତିରେ ଦେହ ହାତ ପୋଡ଼ି ହେଲା ଭଳି ଲାଗୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ।

ଅସମ୍ଭାଳ ତାତି । ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା ।ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କଲାଣି ତାତି । ଡହ ଡହ ଖରାରେ ଜଳୁଛି ଓଡ଼ିଶା । ବାହାରକୁ ବାହାରିବା ମୁସ୍କିଲ । ଖରା ତାତିରେ ଦେହ ହାତ ପୋଡ଼ି ହେଲା ଭଳି ଲାଗୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ସେଥିପାଇଁ ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଉଭୟ କଟକ,ଭୁବନେଶ୍ୱରକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।ରାଜ୍ୟରେ ଆଗାମୀ ୪ ଦିନ ଯାଏଁ ହିଟୱେଭ ସ୍ଥିତି ରହିବ ।

୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ସେଲସିୟସ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ । ଫଳରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ୨ ମେ’ ଯାଏ ଏଭଳି ସ୍ଥିତି ରହିବା ସମ୍ଭାବନା ରହିଛି । ହିଟୱେଭକୁ ଗୁରୁତର ସହ ନେବାକୁ ଅପିଲ୍ କରିଛି ପାଣିପାଗ ବିଭାଗ । ମେ’ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କଲବଲ କରିବ ତାତି ।
୪୧.୪ ଡିଗ୍ରୀ ସେଲସିୟସରେ ଜଳୁଛି ସହର । ୪୦ ଡିଗ୍ରୀ ଉପରେ ରହୁଛି ୫ ସହରର ତାପମାତ୍ରା । ଭୁବନେଶ୍ବରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ବରରେ ୪୦.୧ ଓ ସମ୍ବଲପୁରରେ ୪୦ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ତେବେ ଆଗାମୀ ୪ ଦିନ ଯାଏଁ ହିଟୱେଭ ସ୍ଥିତି ରହିବ । ଏହା ସହ ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ । ଫଳରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ୨ ମେ’ ଯାଏ ଏଭଳି ସ୍ଥିତି ରହିବା ସମ୍ଭାବନା ରହିଛି । କିଛି ସ୍ଥାନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ହିଟୱେଭକୁ ଗୁରୁତର ସହ ନେବାକୁ ଅପିଲ୍ କରିଛି ପାଣିପାଗ ବିଭାଗ । ମେ’ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କଲବଲ କରିବ ତାତି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ସେ କହିଛନ୍ତି ଗତକାଲି ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ୪୪.୬ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ବୌଦ୍ଧରେ ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବର୍ତ୍ତମାନ କାଳ ବୈଶାଖୀ କିଛି ସ୍ଥାନରେ ରହୁଛି । ହେଲେ ବାୟୁମଣ୍ଡଳର ଉପରିଭାଗରେ ଶୁଷ୍କବାୟୁର ପ୍ରାଧାନ୍ୟ ଏତେ ଅଧିକ ରହୁଛି ଯେଉଁ ଜଳୀୟ ବାଷ୍ପ ରହୁଛି ତ। ପ୍ରଭାବରେ  ବର୍ଷା ହେଉନି । ଜଳୀୟ ବାଷ୍ପ ପାଇଁ ବର୍ଷା ହେଉନି । ୧୯୯୮ ରେ ପ୍ରଥମ ଗ୍ରୀଷ୍ମ ପ୍ରବାହରେ ଓଡ଼ିଶାରେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିଲେ । ଲଗାତାର ୪ ବର୍ଷ ହେବ ୫୦, ୬୦ ରୁ ଅଧିକ ଖରା କାରଣରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତେଣୁ ଆମ ପାଇଁ ସଚେତନତା ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ ସଚେତନ ନ ରହିବା ତେବେ ମୃତ୍ୟୁ ମୁଖରୁ କେହି ଆମକୁ ବଞ୍ଚାଇ ପାରିବେନି । ତେଣୁ ସୂର୍ଯ୍ୟଙ୍କ କିରଣ ଠାରୁ ଦୂରେଇ ରୁହନ୍ତୁ । ଏବଂ ପିକ୍‌ ହାଓ୍ଵାର ସମୟରେ ବାହାରେ ଚଲାବୁଲା କରନ୍ତୁନି। ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି ଦିନ ତାପମାତ୍ରା ସହ ରାତି ତାପମାତ୍ରା ମଧ୍ୟ ଅଧିକ ରହୁଛି ।

ସେହିପରି ଏସିଆ ମହାଦେଶର ଚତୁର୍ଥ ଉତ୍ତପ୍ତ ସହର ତାଲିକା ରେ ଶିଳ୍ପନଗରୀ ଅନୁଗୋଳ । ସକାଳ ହେଲେ ବାଘ ଭଳି ମାଡି ଆସୁଛି ଖରା । ଗତକାଲି ଅନୁଗୋଳ ରାଜ୍ୟ ର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଥିଲା । ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକାଳ ୧୧ରୁ ଅପରାହ୍ନ ୩ଟା ଭିତରେ ଘରୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ । ଏହାରି ମଧ୍ୟରେ ଗତକାଲି ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ୪୪.୬ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ବୌଦ୍ଧରେ ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ତେବେ ଖରାକୁ ଦୃଷ୍ଟିରେ ଆମେ ସତର୍କ ରହିବା ନିତାନ୍ତ ଆବଶ୍ୟକ । ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଅନୁଯାୟୀ , ଟାଣଖରା ସମୟରେ ବାହାରକୁ ବାହାରିବା ଅନୁଚିତ୍‌ । ଏହା ସହ ପୂର୍ଣ୍ଣ ସତର୍କତାର ସହ ହାତରେ ଛତା, ମୁଣ୍ଡରେ ପାଣି ପଟ୍ଟି ଏବଂ ପାଣି ବୋତଲ ସାଙ୍ଗରେ ନେଇ ଯିବା ଆସିବା କରିବା ଉଚିତ୍‌ । ଏହାଦ୍ୱାରା ଆମେ ଏହି ଟାଣ ଖରାର ସାମ୍ନା କରିପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.