Below header

ମନି ଲଣ୍ଡରିଂ: ବଢ଼ିଲା ନିଲମ୍ବିତ IAS ପୂଜା ସିଂଘଲଙ୍କ ସମସ୍ୟା, ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ଝାଡ଼ଖଣ୍ଡ କ୍ୟାଡରର ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟ୍‌କା ମିଳିଛି । ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଏହା ଏକ ଅସାଧାରଣ ମାମଲା ବୋଲି କହିଛନ୍ତି ।

ଝାଡ଼ଖଣ୍ଡ କ୍ୟାଡରର ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟ୍‌କା ମିଳିଛି । ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଏହା ଏକ ଅସାଧାରଣ ମାମଲା ବୋଲି କହିଛନ୍ତି ।

ନ୍ୟୁଜ ଏଜେନ୍ସିର ରିପୋର୍ଟ ମୁତାବକ, ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ସୁପ୍ରିମ୍‌କୋର୍ଟ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ଏହି ମାମଲାର ଶୁଣାଣି ଶୀଘ୍ର ଶେଷ ହେବ ବୋଲି ସର୍ବୋଚ୍ଚ ଅଦାଲତ ଆଶା ପ୍ରକଟ କରିଛନ୍ତି ।

କୋର୍ଟ ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କ ଓକିଲଙ୍କୁ କହିଛନ୍ତି ଯେ ଆପଣ ଜାମିନ ପାଇଁ ଆଉ କିଛି ସମୟ ଅପେକ୍ଷା କରନ୍ତୁ । ଏହା କୌଣସି ସାଧାରଣ ମାମଲା ନୁହେଁ, ବରଂ ଏକ ଅସାଧାରଣ ମାମଲା । ଏଥିରେ ଗୁରୁତର ଭାବରେ କିଛି ଭୁଲ୍ କରାଯାଇଛି । ଆମେ ତୁରନ୍ତ ଆବେଦନ ଉପରେ ବିଚାର କରିବାକୁ ଇଚ୍ଛୁକ ନୁହଁ, ଆଶା କରୁଛୁ ଯେ ମକଦ୍ଦମା ଶୀଘ୍ର ସମାପ୍ତ ହୋଇଯିବ ।

ତେବେ ଯଦି ଏହି ମାମଲା ଦୀର୍ଘ ସମୟ ଧରି ଜାରି ରୁହେ କିମ୍ବା ପରିସ୍ଥିତିରେ ଅନ୍ୟ କୌଣସି ପରିବର୍ତ୍ତନ ଆସେ, ତା’ ହେଲେ ବେଞ୍ଚ ପୁନର୍ବାର ଜାମିନ ଆବେଦନ ଦାଖଲ କରିବାକୁ ପୂଜା ସିଂଘଲଙ୍କୁ ସ୍ୱାଧୀନତା ଦେଇଛନ୍ତି ।

ଏହି ମାମଲାରେ ଇଡି ତରଫରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ ଜାମିନ ଆବେଦନକୁ ବିରୋଧ କରିଥିଲେ । ସେ କହିଥିଲେ କି, ମୋଟ ହେପାଜତ ଅବଧି ମଧ୍ୟରୁ ସେ ଅଧିକାଂଶ ସମୟ ରାଞ୍ଚିର ଏକ ହସ୍ପିଟାଲରେ ବିତାଇଛନ୍ତି ।

କହି ରଖୁଛୁ, ୨୦୨୩ ଫେବୃୟାରୀ ୧୦ରେ ସର୍ବୋଚ୍ଚ ଅଦାଲତ ପୂଜା ସିଂଘଲଙ୍କୁ ଦୁଇମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ, ଯେପରି ସେ ତାଙ୍କ ଅସୁସ୍ଥ ଝିଅର ଯତ୍ନ ନେଇପାରିବେ । ମନି ଲଣ୍ଡରିଂ ମାମଲାରେ ତାଙ୍କ ସମ୍ପତ୍ତି ଉପରେ ଇଡି ଚଢ଼ାଉ କରିଥିଲା । ଏହାପରେ ୨୦୨୨ ମେ’ ୧୧ ପରଠାରୁ ସିଂଘଲ ଜେଲରେ ଅଛନ୍ତି । ଗ୍ରାମୀଣ ରୋଜଗାର ପାଇଁ ଚାଲିଥିବା ମନରେଗା କାର୍ଯ୍ୟକ୍ରମରେ ଦୁର୍ନୀତି ସହ ଏହି ମାମଲା ଜଡିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.