Below header

ତାମିଲନାଡୁ ଟିଚର୍ସ ରିକ୍ରୁଟମେଣ୍ଟ ବୋର୍ଡରେ ଭର୍ତ୍ତି ସୁଯୋଗ, ବଢିଲା ଆବେଦନ ତାରିଖ

ତାମିଲନାଡୁ ଟିଚର୍ସ ରିକ୍ରୁଟମେଣ୍ଟ ବୋର୍ଡରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ । ଏଠାରେ ୪୦୦୦ ପଦବୀ ଖାଲିପଡିଛି । ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୯ ଏପ୍ରିଲ ୨୦୨୪ ରହିଥିଲା, ଯାହାକୁ ବଢାଇ ୧୫ ମଇ ପର୍ଯ୍ୟନ୍ତ କରାଯାଇଛି ।

ତାମିଲନାଡୁ ଟିଚର୍ସ ରିକ୍ରୁଟମେଣ୍ଟ ବୋର୍ଡରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ । ଏଠାରେ ୪୦୦୦ ପଦବୀ ଖାଲିପଡିଛି । ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୯ ଏପ୍ରିଲ ୨୦୨୪ ରହିଥିଲା, ଯାହାକୁ ବଢାଇ ୧୫ ମଇ ପର୍ଯ୍ୟନ୍ତ କରାଯାଇଛି । ଏଥିପାଇଁ ୧୫ ମଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରାଯିବ । ଭର୍ତ୍ତି ପାଇଁ ତାମିଲନାଡୁ ଟିଚର୍ସ ରିକ୍ରୁଟମେଣ୍ଟ ବୋର୍ଡ ସାଇଟକୁ ଯିବାକୁ ହେବ ।

ପଦବୀ ବିବରଣୀ : ୪୦୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମଇ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

ଚୟନ ପ୍ରକ୍ରିୟା : ଏଥିପାଇଁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପ୍ରକ୍ରିୟା ହେବ । ଯେଉଁମାନେ ପରୀକ୍ଷା ପାସ୍‌ କରିବେ, ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଲିଖିତ ପରୀକ୍ଷା ୨ଟି ପେପରରେ ହେବ । ଦୁଇଟି ପେପରରେ ଦୁଇଟି ସେକ୍ସନ ହେବ । ଯେଉଁଥିରେ ୫୦-୫୦ ମାର୍କ ରହିବ । ଇଣ୍ଟରଭ୍ୟୁ ରାଉଣ୍ଡରେ ୩୦ ମାର୍କ ମିଳିବ । ପ୍ରାର୍ଥୀଙ୍କ ଚୟନ ୪୦ ପ୍ରତିଶତ ମାର୍କ ଆଧାରରେ ହେବ ।

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ trb.tn.gov.in କୁ ଯିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.