Below header

ଶହିଦଙ୍କ ଝିଅ ବାହାଘରରେ ହଠାତ୍‌ ପହଁଚିଲେ ଯବାନ୍‌, ଟଙ୍କା ଆସବାବପତ୍ର ଦେଇ କଲେ କନ୍ୟାଦାନ

କାନ୍ଦେନି ଝିଅ, ଆମେ ସାଜିବୁ ତୋ ବାପା ଭାଇ

ବେଦୀକୁ ଯିବା ପୂର୍ବରୁ କାନ୍ଦୁଥିଲା ଝିଅ । ବାପା ବାପା କହି ଝୁରି ହେଉଥିଲା ଝିଅ । ବାପା ନାହାଁନ୍ତି ମୋର କିଏ ବାହାଘର କରିବ କହି କାନ୍ଦୁଥିଲା, ବେଦିକୁ ଯାଉନଥିଲା । ହଠାତ୍‌ ପହଁଚିଲେ ୨୦-୩୦ ଜଣ ଯବାନ, ଆଉ ବଦଳିଗଲା ଝିଅର ମନ । ହଁ ଏ ଯବାନ ମାନଙ୍କ ପାଖରେ ଆଜି ସମସ୍ତଙ୍କ ମଥା ନଇଁଯାଇଛି । କେବଳ ଯେ ସୀମାରେ ରହି ଶତୃ କବଳରୁ ରକ୍ଷା କରନ୍ତିନାହିଁ । ବରଂ ବିପଦ ଆପଦରେ ଲୋକଙ୍କୁ ସାହାଯ୍ୟ କରିବାରେ ଏମାନେ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଜି କିଛି ଏମିତି କାମ କରିଛନ୍ତି ଏମାନେ ଯେଉଁଥିପାଇଁ ପୂରା ଗାଁ ଏବେ ଚର୍ଚ୍ଚାରେ ।

ଝିଅକୁ କନ୍ୟାଦାନ ପାଇଁ ନଥିଲେ ବାପା । ନିଜ ବଡଝିଅର ବାହାଘର କରିବାକୁ ବାପା କେତେ କଣ ସ୍ୱପ୍ନ ଦେଖିଥିଲେ ହେଲେ ଶହିଦ ବାପାକୁ ସମସ୍ତେ ଆଜି ଝୁରୁଛନ୍ତି । କନିଆଁ ଘରେ ବାଜୁଥିଲା ଶାହାନାଇ। ବରଯାତ୍ରୀ ବି ଆସିଯାଇଥିଲା । ହେଲେ ବେଦିକୁ ଯାଉନଥିଲା ଝିଅ । ଆଜି ତାର ବାହାଘର ଥିଲା ହେଲେ ସେ ଖୁସିନଥିୂଲା । ନିଜର ଏତେ ବଡ ଦିନରେ ସେ ତା ବାପାକୁ ସେ ବହୁତ ଖୋଜୁଥିଲା । ଆଉ ଠିକ୍‌ ସମୟରେ ପହଁଚିଯାଇଥିଲେ ଆମ ବୀର ଯବାନ । ଝିଅର ସାହସ ବଢ଼ାଇଥିଲେ । ବାପା ଭାଇ ସାଜି କରିଥିଲେ ଝିଅର କନ୍ୟାଦାନ । ଆଉ ହାତରେ ଧରାଇଦେଇଥିଲେ ଦେଢ଼ ଲକ୍ଷ ଟଙ୍କା ।

jwanରାଜସ୍ଥାନର ଅଲଓ୍ଵରରେ ଘଟିଛି ଏଭଳି କିଛି ଘଟଣା । ଯାହା ସମସ୍ତଙ୍କ ହୃଦୟ ଜିତିନେଇଛି । ରାଜଗଡ ଅଞ୍ଚଳର ଦୁବୀ ଗାଁର ବାସିନ୍ଦା ହେଉଛନ୍ତି ଅମର ଶହିଦ ରାକେଶ ମୀନା । ୨୦୧୦ରେ ସେ ଶହିଦ ହୋଇଯାଇଥିଲେ । ହେଲେ ଆଜି ତାଙ୍କ ଝିଅ ସାରିକାଙ୍କର ବାହାଘର ଥିଲା । ୨୩ ଏପ୍ରିଲରେ କଠୁମାର ନିବାଦୀ ନରେନ୍ଦ୍ର ମୀନାଙ୍କ ସହିତ ସାରିକା ବିବାହ କରିବାକୁ ଯାଉଥିଲେ । ହେଲେ କାହା ମୁହଁରେ ନଥିଲା ହସ । କାହିଁକିନା ନିଜର ବଡ ଝିଅର ବାହାଘରରେ ବାପାର ଅନୁପସ୍ଥିତି ବାରି ହୋଇପଡୁଥିଲା । ସମସ୍ତେ ଖୋଜୁଥିଲେ ବାପାଙ୍କୁ । ସେହି ସମୟରେ ଶହିଦ ଜବାନ ମାନଙ୍କର ସାଥି ଯବାନମାନେ ଆସି ଘରେ ପହଁଚିଥିଲେ । କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଡିଆଇଜିଙ୍କ ସହିତ ଦୁଇ ଜଣ କମାଣ୍ଡର, ଇନ୍ସପେକ୍ଟର, ରାଜଗଡ ପୋଲିସ ଉପାଧୀକ୍ଷା ମନୀସା ମୀନା ଏବଂ ସିଆରପିଏଫ ବାଟାଲିୟାନର ଯବାନ ମହଜୁଦ୍‌ ରହିଲେ । ସିଆରପିଏଫ ଯବାନମାନେ ଝିଅକୁ ବେଦୀ ପାଖକୁ ନେଇ କନ୍ୟାଦାନ କରିଥିଲେ । ବାପା ଭାଇଙ୍କ ଭଳି ସବୁକଥା ବୁଝିଥିଲେ । ପଲଙ୍କ ଆଲମିରା ଏସି ଠାରୁ ଆରମ୍ଭ କରି ସବୁ ଜିନିଷ ଉପହାରରେ ଦେଲେ । ଆଉ ତାସହିତ ନଗଦ ଦେଢ଼ଲକ୍ଷ ୧୧ ହଜାର ଟଙ୍କା ଦେଇ ବରକନ୍ୟାଙ୍କୁ ଆଶିର୍ବାଦ ଦେଲେ ।

ଆଉ ଯବାନମାନେ କହିଥିଲେ ସୁଖ ଦୁଃଖ ସବୁବେଳେ ଆମେ ଛିଡା ହେବୁ । ଛାଇ ଭଳି ହୋଇ ରହିବୁ ଏଇ ପରିବାର ସହିତ । ଝିଅର ଖୁସିରେ ଆମେ ଖୁସି । ଆଉ ଏ ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା । ସମସ୍ତେ ଯବାନମାନଙ୍କ ଏହି କାମକୁ ପ୍ରଶଂସା କରିଥିଲେ । ଶହିଦ ଯବାନଙ୍କ ଝିଅ ପାଇଁ ବାପା ଭାଇର ସବୁ କର୍ତ୍ତବ୍ୟ କରି ଆଜି ସବୁଆଡେ ଚର୍ଚ୍ଚାରେ ଅଛି ଏହି ବୀର ଯବାନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.