Below header

ପ୍ରତିଦିନ ଫଲୋ କରନ୍ତୁ ଏହି ଡାଏଟ୍‌ ପ୍ଲାନ୍‌, ନିୟନ୍ତ୍ରଣରେ ରହିବ ଡାଇବେଟିସ୍‌

୨୦୩୦ ସୁଦ୍ଧା ଡାଇବେଟିସ୍‌ ଦେଶ ତଥା ବିଶ୍ୱର ସପ୍ତମ ବୃହତ୍ତମ ତଥା ବିପଜ୍ଜନକ ରୋଗ ହୋଇପାରେ । ଡାଇବେଟିସ୍‌ରେ ଖାଇବା ଏବଂ ପିଇବା ଉପରେ ନିୟନ୍ତ୍ରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ରୋଗ ସଂପୂର୍ଣ୍ଣ ରୂପେ ଦୂର ହୋଇପାରିବ ନାହିଁ । କେବଳ ଖାଦ୍ୟ ଉପରେ ଧ୍ୟାନ ଦେଲେ ହିଁ ଆପଣ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିପାରିବେ ।

ଭାରତରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ବଢି ଚାଲିଛି । ଏହାର ସବୁଠାରୁ ବଡ କାରଣ ହେଉଛି ଲୋକମାନଙ୍କର ଖରାପ ଲାଇଫ୍‌ ଷ୍ଟାଇଲ ଏବଂ ଶାରୀରିକ କାର୍ଯ୍ୟକଳାପର ଅଭାବ । ତେବେ ଡାଇବେଟିସ୍‌ରେ ଇନସୁଲିନ୍ କମ୍ ଉତ୍ପନ୍ନ ହୁଏ ଯେଉଁଥିପାଇଁ ଲୋକଙ୍କ ହାର୍ଟ, ଆଖି ଏବଂ କିଡନୀ ମଧ୍ୟ ପ୍ରଭାବିତ ହୋଇଥାଏ । କିଛି ଅନୁସନ୍ଧାନ ଅନୁଯାୟୀ, ଭାରତର ୧୨ ରୁ ୧୮ ପ୍ରତିଶତ ଯୁବକଙ୍କ ମଧ୍ୟରେ ଡାଇବେଟିସ୍‌ ହେବାର ଆଶଙ୍କା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ସହରାଞ୍ଚଳରେ ଏହି ସଂଖ୍ୟାଗୁଡିକ ଅଧିକ ଦେଖାଯାଏ । ଏଥି ସହିତ WHO ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଡାଇବେଟିସ୍‌ ଦେଶ ତଥା ବିଶ୍ୱର ସପ୍ତମ ବୃହତ୍ତମ ତଥା ବିପଜ୍ଜନକ ରୋଗ ହୋଇପାରେ । ଡାଇବେଟିସ୍‌ରେ ଖାଇବା ଏବଂ ପିଇବା ଉପରେ ନିୟନ୍ତ୍ରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ରୋଗ ସଂପୂର୍ଣ୍ଣ ରୂପେ ଦୂର ହୋଇପାରିବ ନାହିଁ । କେବଳ ଖାଦ୍ୟ ଉପରେ ଧ୍ୟାନ ଦେଲେ ହିଁ ଆପଣ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ୍ ।

ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଏହି ଡାଏଟ୍ ଫଲୋ କରନ୍ତୁ :
ସକାଳେ ଉଠିବା ମାତ୍ରେ ମେଥି ପାଉଡର ଖାଆନ୍ତୁ : ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ୧ ଚାମଚ ମେଥି ପାଉଡର ଖାଆନ୍ତୁ ।

ବ୍ରେକ୍‌ଫାଷ୍ଟ ପୂର୍ବରୁ ଏହି ଜିନିଷଗୁଡ଼ିକର ଜୁସ୍‌ ପିଅନ୍ତୁ : ତେବେ ବ୍ରେକ୍‌ଫାଷ୍ଟ ପୂର୍ବରୁ କାକୁଡି, କଲରା, ଟମାଟୋ ପରି ପନିପରିବା ଜୁସ୍‌ ପିଅନ୍ତୁ ।

ବ୍ରେକ୍‌ଫାଷ୍ଟରେ ହେଲଦି ଜିନିଷ ଖାଆନ୍ତୁ : ଡାଇବେଟିସ୍‌ ରୋଗୀମାନେ ବ୍ରେକ୍‌ଫାଷ୍ଟରେ ହେଲଦି ଜିନିଷ ଖାଇବା ଉଚିତ୍ । ସ୍ପ୍ରାଉସ୍‌, ଦଲିଆ, କ୍ଷୀର, ବ୍ରାଉନ୍ ବ୍ରେଡ ଖାଇବା ଲାଭଦାୟକ ହେବ ।

ଲଞ୍ଚ ପୂର୍ବରୁ ଫଳ ଖାଆନ୍ତୁ ; ଡାଇବେଟିସ୍‌ ରୋଗୀମାନେ ଲଞ୍ଚ ପୂର୍ବରୁ କିଛି ଫଳ ଖାଇବା ଉଚିତ୍ । ଆପଣ ଏପରି ଫଳ ଖାଇବା ଉଚିତ ଯେଉଁଥିରେ ମଧ୍ୟମ ପରିମାଣର ସୁଗାର ଥିବ । ଯେପରି, ପିଜୁଳି, ଆପଲ୍, କମଳା, ଅମୃତଭଣ୍ଡ ।

ଲଞ୍ଚରେ ଏହି ଜିନିଷ ଖାଆନ୍ତୁ : ଡାଇବେଟିସ୍‌ ରୋଗୀମାନେ ଲଞ୍ଚରେ ଦୁଇଟି ରୁଟି, ଭାତ, ଡାଲି,ତରକାରୀ, ଦହି ଏବଂ ସାଲାଡ୍ ଖାଇବା ଉଚିତ୍ । ତରକାରୀ ମଧ୍ୟରେ, ଆପଣ ଲାଉ, ସବୁଜ ପତ୍ରଯୁକ୍ତ ପନିପରିବା, ଅଣ୍ଡା ଏବଂ ଚର୍ବିଯୁକ୍ତ ମାଛ ଖାଇବା ଉଚିତ୍ ।

ଖାଇବାର ଏକ ଘଣ୍ଟା ପରେ ପାଣି ପିଅନ୍ତୁ : ଖାଇବା ପରେ ମାତ୍ର ଏକ ଘଣ୍ଟା ପରେ ପାଣି ପିଅନ୍ତୁ । ଏହା ସହ ଆପଣ ଥଣ୍ଡା ପାଣି ପିଇବା ଉଚିତ୍ ନୁହେଁ ବରଂ କେବଳ ଉଷୁମ ପାଣି ପିଅନ୍ତୁ ।

ସନ୍ଧ୍ୟା ସ୍ନାକ୍ସ : ଆପଣ ସନ୍ଧ୍ୟାରେ ଗ୍ରୀନ୍ ଟି ପିଅନ୍ତୁ । ଯେପରି ଆପଣଙ୍କ ବ୍ଲଡ ସୁଗାର ଲେବଲ ସଠିକ୍‌ ରହିବ । ସେଥିପାଇଁ ସନ୍ଧ୍ୟା ସ୍ନାକ୍ସରେ ଗ୍ରୀନ୍ ଟି ଅନ୍ତର୍ଭୁକ୍ତ କରିପାରିବେ ।

ସନ୍ଧ୍ୟା 6 ଟାରେ ଡିନର୍‌ କରନ୍ତୁ : ସନ୍ଧ୍ୟା ୬ ରୁ ୭ ଟା ମଧ୍ୟରେ ରାତ୍ରୀ ଭୋଜନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ । ଏହା ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ଆପଣ ରାତ୍ରୀ ଭୋଜନରେ ଦୁଇଟି ରୁଟି, ଗୋଟିଏ ପାତ୍ର ତରକାରୀ ଏବଂ ଗୋଟିଏ ଗ୍ଲାସ୍ ହଳଦୀ କ୍ଷୀର ନିଅନ୍ତୁ । ତେବେ ଏପରି ଭାବେ ଆପଣ ବିନା କୌଣସି ଔଷଧରେ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.