ରାଜଧାନୀରେ ଚାଲିଛି ବଡ଼ ଅଫର : ୧ ଟଙ୍କାରେ ଟି-ସାର୍ଟ ଓ ୧୦ ଟଙ୍କାରେ ମିଳୁଛି ପ୍ୟାଣ୍ଟ

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀ ଶସ୍ତା ପୋଷାକ ପାଇଁ ବେଶ ପ୍ରସିଦ୍ଧ। ଭଲ କ୍ୱାଲିଟିର ଶସ୍ତାରେ କିଣିବାକୁ ହେଲେ ଏଠାରେ ସହଜରେ ମିଳିଯାଏ। କେବଳ ଦିଲ୍ଲୀ ନୁହେଁ ବାହାର ରାଜ୍ୟର ଲୋକ ମାନେ ମଧ୍ୟ ପୋଷାକ କିଣିବାକୁ ଏଠାକୁ ଆସନ୍ତି। ଏଠାରେ ଅନେକ ବଜାର ଅଛି, ଯାହା ପୋଷାକ କିଣିବା ପାଇଁ ବିଶେଷ ଭାବରେ ଜଣାଶୁଣା। ବର୍ତ୍ତମାନ ସୁଦ୍ଧା ଆପଣ ଲାଜପତ୍ ନଗର ମାର୍କେଟ୍, ସରୋଜିନୀ ନଗର ମାର୍କେଟ୍, ଜନପଥ ଏବଂ କମଳା ମାର୍କେଟ୍ ପରି ବଡ଼ ବଡ଼ ମାର୍କେଟ୍ ରେ ଶସ୍ତା ତଥା କମ୍ ଦାମ୍ରେ ଭଲ ପୋଷାକ ମିଳିଥାଏ ବୋଲି ନିଶ୍ଚୟ ଶୁଣିଥିବେ। ଆପଣ ମଧ୍ୟ ଏଠାରୁ ସପିଂ କରିଥିବେ।
କିନ୍ତୁ ଏବେ କହିବାକୁ ଯାଉଛୁ ଦିଲ୍ଲୀର ଏଭଳି ଏକ ମାର୍କେଟ୍ ରହିଛି ଯେଉଁଠି ଟି-ସାର୍ଟ ମାତ୍ର ୧ ଟଙ୍କାରେ ମିଳୁଛି। ଆଉ ୧୦ ଟଙ୍କାରେ ବିକ୍ରି ହେଉଛି ପ୍ୟାଣ୍ଟ। ଆପଣ ହୁଏତ ଏ କଥା ବିଶ୍ୱାସ କରିପାରିବେ ନାହିଁ କିନ୍ତୁ ଏହା ସତ। ଏହି ମାର୍କେଟ ପଶ୍ଚିମ ଦିଲ୍ଲୀର ରଘୁବୀର ନଗର, ଯାହା ଘୋଡ଼ାମଣ୍ଡି ନାମରେ ପରିଚିତ। ଦିଲ୍ଲୀରେ ରହୁଥିବା ଅନେକ ଲୋକ ବୋଧହୁଏ ଏଭଳି ମାର୍କେଟ୍ ଥିବା ଜାଣିନଥିବେ।
ଯଦି ଆପଣଙ୍କ ପାଖରେ ଡ୍ରେସ୍ କିଣିବାକୁ ଅଧିକ ଟଙ୍କା ନାହିଁ, ତାହାହେଲେ ଆଉ ଚିନ୍ତା କରନ୍ତୁନି। ଏହି ମାର୍କେଟ୍କୁ ଆସନ୍ତୁ ଯେଉଁଠି ସ୍ୱେଟର୍ ୨୦ ଟଙ୍କା, ଲେହେଙ୍ଗା ୬୦ ଟଙ୍କା, କୋଟ୍ ୧୨୦ ଟଙ୍କା। କେବଳ ସେତିକି ନୁହେଁ ୧ ଟଙ୍କାରେ ଟି-ସାର୍ଟ ଓ ୧୦ ଟଙ୍କାରେ ପ୍ୟାଣ୍ଟ୍ ଓ ୨୦ ଟଙ୍କାରେ ଶାଢୀ କିଣିପାରିବେ। ଏହି ବଜାର ପୋଷାକର ରିସାଇକ୍ଲିଂ ହବ୍ ଭାବରେ ମଧ୍ୟ ଜଣାଶୁଣା । ପୁରୁଣା ପୋଷାକକୁ ନୂଆ କରି ବିକ୍ରି କରାଯାଇଥାଏ। ଏଠାରେ ଗରିବ ଲୋକମାନେ ଶସ୍ତା ପୋଷାକ ପାଆନ୍ତି ଏବଂ ଏଠାକାର ବ୍ୟବସାୟୀମାନେ ଦିଲ୍ଲୀର ବିଭିନ୍ନ କଲୋନୀ ବୁଲି ଘରକୁ ଘର ପୁରୁଣା ପୋଷାକ ସଂଗ୍ରହ କରନ୍ତି। କମ୍ ମୂଲ୍ୟ ହେତୁ ପୋଷାକ ବହୁତ ଶୀଘ୍ର ବିକ୍ରି ହୋଇଯାଏ। ବିଶେଷକରି ଯଦି ଏକ କପଡ଼ାର ଛିଦ୍ର ଥାଏ କିମ୍ବା ଚିରିଯାଏ, ତେବେ କପଡ଼ାର ମୂଲ୍ୟ ଅଧା ହୋଇଯାଏ।
କେବଳ ଯେ କିଣିବା ପାଇଁ ଲୋକ ଯାଆନ୍ତି ତାହା ନୁହେଁ, ଯେଉଁମାନେ ପୁରୁଣା ପୋଷାକ ବିକି ଦେବାକୁ ଚାହାନ୍ତି, ସେମାନେ ମଧ୍ୟ ଏଇ ମାର୍କେଟ୍କୁ ବିକ୍ରି କରିବା ପାଇଁ ଆସନ୍ତି।ଜଣେ ବ୍ୟବସାୟୀଙ୍କ କହିବା ଅନୁସାରେ ମଙ୍ଗଲ ବଜାର ଏବଂ ତିଲକ ନାଗରରୁ ଶସ୍ତା ଜିନିଷ କିଣି ବାହାର ରାଜ୍ୟରେ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରନ୍ତି ୫୦ ଟଙ୍କାରେ କିଣିଥିବା ପ୍ୟାଣ୍ଟକୁ ସେ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରନ୍ତି।
ସାଧାରଣତ ଦିଲ୍ଲୀର ସମସ୍ତ ବଜାର ଦିନ ୧୨ ଟା ପରେ ଆରମ୍ଭ ହୁଏ। ଏଠାରେ ଆପଣ ସକାଳେ ଏକ ଗଦା ଗଦା ପୋଷାକ ଦେଖିବାକୁ ପାଇବେ। ଅନେକ ଲୋକ ଏଠାରେ ବିଭିନ୍ନ ପ୍ରକାରର ଟି-ସାର୍ଟ, ପ୍ୟାଣ୍ଟ, କୋଟ୍ ତିଆରି କରୁଥିବା ମଧ୍ୟ ଦେଖିବାକୁ ମିଳିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୈନିକ ୫୦୦-୧୮୦୦ ଲୋକ ଏହି ବଜାରରେ ପୋଷାକ ବିକ୍ରୟ କରିବାକୁ ଆସିଥାନ୍ତି।