Below header

ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ, ବାଣୀବିହାରଠାରୁ ଶିଶୁଭବନ ଛକ ଯାଏଁ ଚାଲିଛି ସର୍ଭେ

ମେଟ୍ରୋ ପ୍ରକଳ୍ପ ପାଇଁ ହେଲା ସର୍ଭେ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସମେତ ଏକ ସ୍ବତନ୍ତ୍ର ଟିମ୍‌ ସର୍ଭେ ଆରମ୍ଭ କରିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ସକାଳୁ ରେଳପଥ ନିର୍ମାଣ ପାଇଁ ଜନପଥରେ ସର୍ଭେ ହୋଇଛି। ବିଶେଷ ଭାବେ ପ୍ରସ୍ତାବିତ ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟ, ପାଣି ପାଇପ୍, ଟେଲିଫୋନ୍ ଲାଇନ୍, ଗ୍ୟାସ୍ ପାଇପ୍ ଲାଇନ୍ ହଟାଯିବ । ସେଥିପାଇଁ ଆଜି ଠାରୁ ସର୍ଭେ ଆରମ୍ଭ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ମେଟ୍ରୋ ପ୍ରକଳ୍ପ ପାଇଁ ହେଲା ସର୍ଭେ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସମେତ ଏକ ସ୍ବତନ୍ତ୍ର ଟିମ୍‌ ସର୍ଭେ ଆରମ୍ଭ କରିଛି । ଏହି ଟିମରେ ବିଏମ୍‌ସି, ବିଡିଏ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ, ଟିପିସିଓଡିଏଲ୍‌, ଗେଲ୍‌, ବିଏସ୍‌ଏନ୍‌ଏଲ୍‌, ୱାଟ୍‌କୋ ଓ କମିସନରେଟ୍‌ ଟ୍ରାଫିକ୍‌ର ପ୍ରତିନିଧି ଉପସ୍ଥିତି ରହିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ସକାଳୁ ରେଳପଥ ନିର୍ମାଣ ପାଇଁ ଜନପଥରେ ସର୍ଭେ ହୋଇଛି। ବିଶେଷ ଭାବେ ପ୍ରସ୍ତାବିତ ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟ, ପାଣି ପାଇପ୍, ଟେଲିଫୋନ୍ ଲାଇନ୍, ଗ୍ୟାସ୍ ପାଇପ୍ ଲାଇନ୍ ହଟାଯିବ । ସେଥିପାଇଁ ଆଜି ଠାରୁ ସର୍ଭେ ଆରମ୍ଭ ହୋଇଛି ।

ଯୋଜନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଯୋଡ଼ିହେବ ମେଟ୍ରୋ ଲାଇନ । ପ୍ରାୟ ୨୬ କିଲୋମିଟର ମେଟ୍ରୋ ଲାଇନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପାଖାପାଖି ୪୫୦ଟି ପିଲାର ଉପରେ ଛିଡ଼ା ହେବ ମେଟ୍ରୋ ଟ୍ରାକ୍ । ବିମାନ ବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ଭଳି ସ୍ଥାନରେ ୭ରୁ ୮ଟି ଷ୍ଟେସନ ରହିବ । ମେଟ୍ରୋ ପ୍ରକଳ୍ପ ବାସ୍ତବ ରୂପ ନେଲେ ଭୁବନେଶ୍ବରରୁ କଟକ ମାତ୍ର ୧୫ ମିନିଟ ଓ ପୁରୀକୁ ୩୦ ମିନିଟରେ ପହଞ୍ଚି ହେବ । ଭୁବନେଶ୍ବର ମେଟ୍ରୋ ଲାଗି ଡିପିଆର୍ ପ୍ରସ୍ତୁତ ହେବା ପରେ ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.