Below header

ପ୍ରଥମ ଥର ପାଇଁ HMD ଲଞ୍ଚ କଲା ସ୍ମାର୍ଟଫୋନ, ୧୫ ହଜାରରୁ ଆରମ୍ଭ ରହିଛି ଦାମ

HMD କମ୍ପାନୀ ଏହାର ପ୍ରଥମ Pulse ସିରିଜ୍ ନାମକ ସ୍ମାର୍ଟଫୋନ୍ ସିରିଜ୍ ଲଞ୍ଚ କରିଛି । ଏହି ସିରିଜରେ ତିନୋଟି ଫୋନ୍ ସାମିଲ ଅଛି - HMD Pulse, Pulse+, ଏବଂ Pulse Pro । କମ୍ପାନୀର ଖାସ କଥା ହେଉଛି ଏହି ଫୋନ୍ ଗୁଡିକ ଖରାପ ହେଲେ ୟୁଜରମାନେ ଏହାକୁ ନିଜେ ଠିକ୍‌ କରିପାରିବେ ।

ଆବଶ୍ୟକ ହେଲେ ଆପଣ ଏହି ଫୋନର ବ୍ୟାଟେରୀ ବଦଳାଇ ପାରିବେ କିମ୍ବା ସ୍କ୍ରିନକୁ ନିଜେ ଠିକ୍‌ କରିପାରିବେ । ଏଥିପାଇଁ କମ୍ପାନୀ iFixit ନାମକ ଏକ ୱେବସାଇଟରୁ ସେଲ୍ଫ- ରିପେୟାର କିଟ୍ ବିକ୍ରି କରିବ । ବେସିକ୍‌ Pulse ମଡେଲ୍ (୪ GB RAM ଏବଂ ୬୪ GB ଷ୍ଟୋରେଜ୍) ର ଦାମ୍‌ ପ୍ରାୟ, ୧୨,୫୦୦ ରହିଛି । Pulse + ର ଆରମ୍ଭ ଦାମ ହେଉଛି ୧୪,୨୦୦ ଟଙ୍କା । Pulse ପ୍ରୋ ମଡେଲ୍ (୬ GB ରାମ୍ ଏବଂ ୧୨୮ GB ଷ୍ଟୋରେଜ୍)ର ଦାମ୍‌ ୧୬,୧୦୦ ଟଙ୍କା ।

ସ୍ପେସିଫିକେସନ୍‌ :
HMD Pulse ଏବଂ Pulse + ଫୋନରେ ୬.୬୫ ଇଞ୍ଚର IPS LCD ଡିସପ୍ଲେ ଅଛି । ଏଥିରେ ୯୦Hz ରିଫ୍ରେସ୍‌ ରେଟ୍‌ ରହିଛି । ସୂର୍ଯ୍ୟ କିରଣରେ ୬୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ଦେଇଥାଏ । ୧୬୧୨ x ୭୨୦ ପିକ୍ସେଲର ରିଜୋଲ୍ୟୁସନ ରହିଛି ଏବଂ ସେଲଫି କ୍ୟାମେରା ପାଇଁ ସ୍କ୍ରିନରେ ଏକ ଛୋଟ କଟଆଉଟ୍ ଅଛି । ଏହି ଦୁଇଟି ଫୋନ୍ UNISOC T606 ଚିପସେଟ ସହିତ ଆସିଥାଏ ଏବଂ ଏଥିରେ ୬ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ଅଛି । ଆପଣ ଏକ ମାଇକ୍ରୋ SD କାର୍ଡ ବ୍ୟବହାର କରି ଏହାର ଷ୍ଟୋରେଜକୁ ବଢ଼ାଇ ପାରିବେ । କନେକ୍ଟିଭିଟି ପାଇଁ ଏଥିରେ 4G ନେଟୱାର୍କ, ୱାଇ-ଫାଇ, ବ୍ଲୁଟୁଥ୍, NFC, USB ଚାର୍ଜିଂ ପୋର୍ଟ, ଲୋକେସନ ସର୍ଭିସ ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ଅଛି ।

HMD Pulseରେ ୧୩MPର ମେନ୍‌ କ୍ୟାମେରା ରହିଛି । ଅନ୍ୟପଟେ Pulse + ରେ ୫୦ MPର ମେନ୍‌ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲ୍ ପାଇଁ ଉଭୟ ଫୋନରେ ୮ MP ଫ୍ରଣ୍ଟ କ୍ୟାମେରା ଅଛି । ଉଭୟ ଫୋନରେ ୫୦୦୦mAh ବ୍ୟାଟେରୀ ଅଛି ଯାହା ୧୦ W ଚାର୍ଜିଂକୁ ସପୋର୍ଟ କରେ । ଏହା ବ୍ୟତୀତ ଏଥିରେ ଫିଙ୍ଗର ପ୍ରିଣ୍ଟ ସେନ୍ସର, ସାଉଣ୍ଡ କ୍ୱାଲିଟି ପାଇଁ OZO ଅଡିଓ ଫିଚର, IP52 ରେଟିଂ ଏବଂ ଏକ ସ୍ପିକର ଦିଆଯାଇଛି ।

HMD Pulse ପ୍ରୋ:
ଏହି ଫୋନରେ ୬.୬୫ ଇଞ୍ଚର HD + ଡିସପ୍ଲେ ଅଛି, ଯାହାର ରିଜୋଲୁସନ ୧୬୧୨x ୭୨୦ ପିକ୍ସେଲ ରହିଛି । କମ୍ପାନୀ ଏଥିରେ ୬୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ଦେଇଛି । ସେଲଫି କ୍ୟାମେରା ପାଇଁ ସ୍କ୍ରିନରେ ଏକ ଛୋଟ କଟଆଉଟ୍ ଦିଆଯାଇଛି । Pulse ପ୍ରୋରେ UNISOC T606 ପ୍ରୋସେସର ଅଛି ଏବଂ ଏଥିରେ ୬ GB RAM ଏବଂ ୧୨୮ GB ଷ୍ଟୋରେଜ୍ ଅଛି । କିନ୍ତୁ ଆପଣ ଏକ ମାଇକ୍ରୋ SD କାର୍ଡ ବ୍ୟବହାର କରି ଷ୍ଟୋରେଜ୍‌ ବଢ଼ାଇ ପାରିବେ ।

Pulse ପ୍ରୋରେ ୫୦ MP ମେନ୍‌ କ୍ୟାମେରା ଏବଂ ଅନ୍ୟ ଏକ ସେକେଣ୍ଡାରୀ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲ୍ ପାଇଁ ଏଥିରେ ୫୦ MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଅଛି । କନେକ୍ଟିଭିଟି ପାଇଁ ଏଥିରେ 4G ନେଟୱାର୍କ, ୱାଇ-ଫାଇ, ବ୍ଲୁଟୁଥ୍, NFC, USB ଚାର୍ଜିଂ ପୋର୍ଟ, ଲୋକେସନ ସର୍ଭିସ ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ଅଛି । ସବୁଠାରୁ ବଡ଼କଥା ହେଉଛି ଏହି ଫୋନ୍ ୫୦୦୦mAhର ଏକ ବଡ ବ୍ୟାଟେରୀ ସହିତ ଆସିଥାଏ, ଯାହା ୨୦ W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.