Below header

ବିହାର: ବିବାହ ଶୋଭାଯାତ୍ରା ବେଳେ ଘର ଉପରେ ପଡ଼ିଲା ବାଣ, ସିଲିଣ୍ଡର ଫାଟି ପରିବାରର ୬ ମୃତ

ବିହାରର ଦରଭଙ୍ଗାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ବିବାହ ଶୋଭାଯାତ୍ରା ବେଳେ ବାଣ ପଡ଼ି ଏକ ଘରେ ନିଆଁ ଲାଗିଯାଇଥିଲା, ଯେଉଁ କାରଣରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି ।

ବିହାରର ଦରଭଙ୍ଗାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ବିବାହ ଶୋଭାଯାତ୍ରା ବେଳେ ବାଣ ପଡ଼ି ଏକ ଘରେ ନିଆଁ ଲାଗିଯାଇଥିଲା, ଯେଉଁ କାରଣରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ବାଣ ନିଆଁରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାଇ ଖେଳିଯାଇଛି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଦରଭଙ୍ଗା ଜିଲ୍ଲାର ଅଲିନଗର ବ୍ଲକ ଅନ୍ତର୍ଗତ ଅଣ୍ଟୋର ଗ୍ରାମରେ ଏହି ଘଟଣା ଘଟିଛି । ଏଠାରେ ଏକ ବିବାହ ଉତ୍ସବ ଚାଲିଥିଲା । ଏହି ସମୟରେ ଲୋକମାନେ ବିବାହ ଶୋଭାଯାତ୍ରା ବେଳେ ବାଣ ଫୁଟାଉଥିଲେ । ତେବେ କୌଣସି ପ୍ରକାରେ ବାଣ ଏକ ଘରେ ପଡ଼ିଯିବାରୁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଏତେ ବ୍ୟାପିଯାଇଥିଲା ଯେ ଏହାକୁ ଲିଭାଇବା କଷ୍ଟକର ହୋଇପଡ଼ିଥିଲା । ଘରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡର ନିଆଁ ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଏଥିରେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା । ପୁଣି କବାଟ ପାଖରେ ରଖାଯାଇଥିବା ଡିଜେଲ ଡ୍ରମ୍ ମଧ୍ୟ ନିଆଁ ସଂସ୍ପର୍ଶରେ ଆସିବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ ପୂରା ଘରଟି ନିଆଁରେ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ କରିଥିଲା ।

ଅଗ୍ନିକାଣ୍ଡ ବେଳେ ସବୁଆଡ଼େ ଚିତ୍କାର ଶୁଭୁଥିଲା । ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ୁଥିଲେ । ବହୁ ଦୂର ପର୍ଯ୍ୟନ୍ତ ନିଆଁ ଦେଖାଯାଉଥିଲା । ଏହି ସମୟରେ ଆଖପାଖ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଅଗ୍ନିକାଣ୍ଡରେ ଘରର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଏହି ଘଟଣାରେ ଏକ ପରିବାରର ୬ ଜଣ ନିଆଁରେ ଫସିଯାଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେପଟେ ଘଟଣାର ତଦନ୍ତ ପାଇଁ ଟିମ୍‌ ସେଠାକୁ ଯାଇଥିବା ଡିଏମ୍‌ ରାଜୀବ ରୋଶନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.