Below header

ମୋବାଇଲ ଦେଖୁଥିବା ବେଳେ ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମୋବାଇଲ ଦେଖୁଥିବା ବେଳେ ଯୁବକଙ୍କୁ ଛୁରାମାଡ । ଛୁରାମାଡରେ ଯୁବକ ଗୁରୁତର। ଗୁରୁତର ଯୁବକ ହେଲେ ପର୍ଜଙ୍ଗ ଥାନା ଲୋଧଣି ଗ୍ରାମର ମାଗୁଣି ନାଏକ ।

କାମାକ୍ଷାନଗର (କେନ୍ୟୁଜ): ମୋବାଇଲ ଦେଖୁଥିବା ବେଳେ ଯୁବକଙ୍କୁ ଛୁରାମାଡ । ଛୁରାମାଡରେ ଯୁବକ ଗୁରୁତର। ଗୁରୁତର ଯୁବକ ହେଲେ ପର୍ଜଙ୍ଗ ଥାନା ଲୋଧଣି ଗ୍ରାମର ମାଗୁଣି ନାଏକ । ଦୁର୍ବୃତ୍ତ ମାନେ ଯୁବକଙ୍କୁ ୨ଥର ଛୁରାମାଡ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଛୁରାମାଡର କାରଣ ଜଣାପଡ଼ି ନାହିଁ ।

ସୂଚନା ଯୋଗ୍ୟ ଗତକାଲି ପୁରୀ ହସ୍ପିଟାଲ ଛକରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିଲା । ଗୁରୁତର ଯୁବକ ଖଡ଼ିପଦା ଅଞ୍ଚଳର ଦୀପକ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଛୁରା ମାଡ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ। ତେବେ ଛୁରା ମାଡର ପ୍ରକୃତ କାରଣ ଜଣା ପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.