Below header

ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କଲେ ନବୀନ, ମା’ ତାରାତାରିଣୀଙ୍କ ନେଲେ ଆଶୀର୍ବାଦ

ନାମାଙ୍କନ ଦାଖଲ କଲେ ନବୀନ। ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ନୋମିନେସନ ଫାଇଲ କରିଛନ୍ତି।

ଛତ୍ରପୁର (କେନ୍ୟୁଜ): ନାମାଙ୍କନ ଦାଖଲ କଲେ ନବୀନ ।  ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ନୋମିନେସନ ଫାଇଲ କରିଛନ୍ତି ।  ନବୀନଙ୍କ ସହ ଅଛନ୍ତି ବିଜେଡ଼ି ରଣନୀତିକାର କାର୍ତ୍ତିକ ପାଣ୍ଡିଆନ, ବିକ୍ରମ କେଶରୀ ଆରୁଖ ଏବଂ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।  ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମା’ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ନବୀନ । ତାରାତାରିଣୀ ପୀଠରେ ବେଶ କିଛି ସମୟ ରହିବା ସହ ପୂଜାର୍ଚ୍ଚନା କରିଥିଲେ ବିଜେଡି ସୁପ୍ରିମୋ । ନାମାଙ୍କନପତ୍ର ଦାଖଲ ପରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ମେ ୨୦ ତାରିଖରେ ହିଞ୍ଜିଳିରେ ମତଦାନ ହେବ। ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜିରେ ନାମାଙ୍କନ ଭରିବେ ନବୀନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.