Below header

ନୟାଗଡ଼ ଡବଲ ମର୍ଡର ମାମଲାରେ ହତ୍ୟାକାରୀକୁ ଫାଶି ଦଣ୍ଡ, ୨୦୧୯ରେ ୨ ଜଣଙ୍କୁ ହୋଇଥିଲା ବୀଭତ୍ସ ହତ୍ୟା

ନୟାଗଡ଼ ଡବଲ ମର୍ଡର ମାମଲାରେ ହତ୍ୟାକାରୀକୁ ଫାଶି ଦଣ୍ଡ । ଦୋଷୀ ନିରଞ୍ଜନ ମଲ୍ଲିକକୁ ଫାଶି ଦଣ୍ଡାଦେଶ କଲେ ଓଡଗାଁ ଅତିରିକ୍ତ ଦୌରାଜଜ ମାନସ ରଞ୍ଜନ ରଥ ।   ଓଡଗାଁ NAC ଅନ୍ତଗତ ୨୦୧୯ କୁଶଢ଼ିପି ଗାଁରେ ୨ ଜଣଙ୍କୁ ବୀଭତ୍ସ ହତ୍ୟା ହୋଇଥିଲା ।

ନୟାଗଡ଼ (କେନ୍ୟୁଜ): ନୟାଗଡ଼ ଡବଲ ମର୍ଡର ମାମଲାରେ ହତ୍ୟାକାରୀକୁ ଫାଶି ଦଣ୍ଡ । ଦୋଷୀ ନିରଞ୍ଜନ ମଲ୍ଲିକକୁ ଫାଶି ଦଣ୍ଡାଦେଶ କଲେ ଓଡଗାଁ ଅତିରିକ୍ତ ଦୌରାଜଜ ମାନସ ରଞ୍ଜନ ରଥ । ଓଡଗାଁ NAC ଅନ୍ତଗତ ୨୦୧୯ କୁଶଢ଼ିପି ଗାଁରେ ୨ ଜଣଙ୍କୁ ବୀଭତ୍ସ ହତ୍ୟା ହୋଇଥିଲା । ଏହି ଘଟଣାକୁ ନେଇ ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦଣ୍ଡାଦେଶ ଦେଲେ କୋର୍ଟ ।

ସୂଚନା ଅନୁଯାୟୀ ଓଡଗାଁ NAC ଅନ୍ତଗତ ଜାନୁଆରୀ ମାସ ୨୦୧୯ ମସିହାରେ ଅଭିଯୁକ୍ତ ନିରଞ୍ଜନ ଏକ କାଠ ଫାଳିଆରେ ବଦନୀ ସାହୁକୁ ଆକ୍ରମଣ କରିଥିଲା ।  କିଛି ସମୟ ପରେ ଓଡଗାଁ ପରିବାର ମାର୍କେଟର ଜଗୁଆଳି ଲୋଚନ ସେଠିକୁ ଆକ୍ରମଣ କରିଥିଲା ।  ପୁଣି ସେହି କାଠ ଫାଳିଆରେ ଆଉ ୩ ଜଣଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।  ଫଳରେ ପାଞ୍ଚ ଜଣ ଆକ୍ରମଣରେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ୫ ଜଣଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ବଦନୀ ସାହୁ ଓ ଲୋଚନ ସେଠିକୁ ମୃତ ଘୋଷଣା କରିଥିଲେ ।  ଅନ୍ୟ ୩ ଜଣ କଟକ ସ୍ଥାନନ୍ତରିତ ହୋଇଥିଲେ।

ଏହି ମାମଲାରେ ଓଡଗାଁ ଥାନା ପୋଲିସ ଅଭିଯୁକ୍ତ ନିରଞ୍ଜନ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ୨୭ ଜଣ ସାକ୍ଷୀ ଅଭିଯୁକ୍ତର ବୟାନକୁ ଭିତ୍ତିକରି ଆଜି ରାୟ ପ୍ରକାଶ ପାଇଛି ।  ଦୋଷୀକୁ ଫାଶୀ ଦଣ୍ଡାଦେଶ ସହ ୫୦ ହଜାର ଜୋରିମାନା ଦେବାକୁ ଓଡଗାଁ ଅତିରିକ୍ତ ଦୌରା ଜଜ ଶୁଣାଇଛନ୍ତି ।  ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଇନ୍ଦୁଭୂଷଣ ମିଶ୍ର ମାମଲାର ପରିଚାଳନା କରୁଥିଲେ ।  ଅଭିଯୁକ୍ତଙ୍କ ଆଇନଜୀବୀ କହିଛନ୍ତି ସେ ଏହି ରାୟରେ ସନ୍ତୁଷ୍ଟ ନୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.