ଗୋଡ଼ରେ ଡ୍ରାଇଭିଂ କରି ସାଉଣ୍ଟୁଛନ୍ତି ପ୍ରଶଂସା, ହାତ ନଥିଲେ ବି ମାନି ନାହାନ୍ତି ହାର୍‌

ଅନେକ ଦିବ୍ୟାଙ୍ଗ ଥାଆନ୍ତି ନିଜ ଅକ୍ଷମତାକୁ ଆଦରି ନେଇ କିଛି ବି କରନ୍ତିନି । କିନ୍ତୁ ଏ ଦିବ୍ୟାଙ୍ଗ ଯୁବତୀ ନିଜ ଅକ୍ଷମତାକୁ ଏଡ଼ାଇ ସବୁ କିଛି କରୁଛନ୍ତି । ତାଙ୍କର ଏ କଳା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ବିନା ହାତରେ ଡ୍ରାଇଭିଂ କରୁଛନ୍ତି ଯୁବତୀ । ଅତି ନିଖୁଣ ଭାବରେ ଡ୍ରାଇଭିଂ କରି ସାଉଣ୍ଟୁଛନ୍ତି ପ୍ରଶଂସା । ହାତ ନାହିଁ କିନ୍ତୁ ଗୋଡ଼ରେ ଅତି ଅଭିଜ୍ଞତାର ସହିତ ଡ୍ରାଇଭିଂ କରୁଛନ୍ତି । ତେବେ ଯୁବତୀଙ୍କ ଡ୍ରାଇଭିଂ ଦକ୍ଷତା ପାଇଁ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିଛି । ଗୋଟିଏ ଗୋଡ଼ରେ ଷ୍ଟିଅରିଂ ହ୍ଵିଲ୍‌ ଏବଂ ଅନ୍ୟ ଗୋଡ଼ରେ କ୍ଲଚ୍‌, ବ୍ରେକ୍‌ ଏବଂ ଏକ୍ସଲେଟରକୁ କଣ୍ଟ୍ରୋଲ୍‌ କରୁଛନ୍ତି ।

ଅନେକ ଦିବ୍ୟାଙ୍ଗ ଥାଆନ୍ତି ନିଜ ଅକ୍ଷମତାକୁ ଆଦରି ନେଇ କିଛି ବି କରନ୍ତିନି । କିନ୍ତୁ ଏ ଦିବ୍ୟାଙ୍ଗ ଯୁବତୀ ନିଜ ଅକ୍ଷମତାକୁ ଏଡ଼ାଇ ସବୁ କିଛି କରୁଛନ୍ତି । ତାଙ୍କର ଏ କଳା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ତେବେ ଏ ଯୁବତୀଙ୍କ ନାଁ ହେଉଛି ଜିଲୋ ମୋଲ୍‌ ମାରିଏଟ୍‌ ଥୋମାସ୍‌ । ମାରିଏଟ୍‌ କେରଳରେ ରୁହନ୍ତି । ସେ ବିନା ହାତରେ ଏତେ ଭଲ ଭାବେ ଡ୍ରାଇଭିଂ କରୁଛନ୍ତି ଯେ ହାତରେ ଡ୍ରାଇଭିଂ କରୁଥିବା ଲୋକମାନଙ୍କୁ ବି ପଛରେ ପକାଉଛନ୍ତି ।

ବିନା ହାତରେ ବି ସେ ଡ୍ରାଇଭିଂ କରି ପାରୁଥିବାରୁ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଛି । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ । ଛୋଟ ବେଳରୁ ହିଁ ତାଙ୍କର ହାତ ନଥିଲା । ଏହି କାରଣରୁ ସେ ଗୋଡ଼ରେ ହିଁ ସବୁ କାମ କରିବା ଆରମ୍ଭ କରିଥିଲେ । ଲେଖା ଠାରୁ ଆରମ୍ଭ କରି ପ୍ରତ୍ୟେକ କାମକୁ ଅତି ନିଖୁଣ ଭାବେ ସେ ଗୋଡ଼ରେ କରିପାରୁଥିଲେ । ଗୋଡ଼ରେ ଡ୍ରାଇଭିଂ କରୁଥିବା କଥାକୁ କେହି ବିଶ୍ୱାସ ନକରିବାରୁ ନିକଟରେ ତାଙ୍କ ଡ୍ରାଇଭିଂର ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ସେ ଅତି ନିଖୁଣ ଭାବରେ ଡ୍ରାଇଭିଂ କରୁଥିବା ଦେଖିବାକୁ ମିଳିଛି ।

ଡାହାଣ ଗୋଡ଼ରେ ଷ୍ଟିଅରିଂ ହ୍ଵିଲ୍‌ ଧରିବା ସହ ବାମ ଗୋଡ଼ରେ କ୍ଲଚ୍‌,ବ୍ରେକ୍‌ ଏବଂ ଏକ୍ସଳେଟରକୁ କଣ୍ଟ୍ରୋଲ କରନ୍ତି । ସେ ଗୋଡ଼ରେ ଗିଅର ବଦଳାନ୍ତି । ଅତି ଆତ୍ମବିଶ୍ୱାସର ସହିତ ସେ ଡ୍ରାଇଭିଂ କରି ପାରନ୍ତି । ତାଙ୍କର ଏ ଦକ୍ଷତା ପାଇଁ ସେ ଆଜି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ତାଙ୍କର ଭାଇରାଲ ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । ୟୁଜର୍ସମାନେ ଯୁବତୀଙ୍କ ଡ୍ରାଇଭିଂ ସ୍କିଲକୁ ନେଇ କମେଣ୍ଟ ମଧ୍ୟ ଦେଉଛନ୍ତି । କିଛି ୟୁଜର୍ସ ଯୁବତୀଙ୍କ ଡ୍ରାଇଭିଂକୁ ପ୍ରଶଂସା କରିଥିବା ବେଳେ କିଛି ୟୁଜର୍ସ ଏଭଳି ଡ୍ରାଇଭିଂକୁ ନିରାପଦ ଭାବି ନାହାନ୍ତି । କିଛି ୟୁଜର୍ସ ଯୁବତୀଙ୍କ ଡ୍ରାଇଭିଂକୁ ଆପତ୍ତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.