ଇତିହାସ ରଚିଲେ ଯୁଜବେନ୍ଦ୍ର ଚହଲ, ଆଇପିଏଲରେ ୨୦୦ ଓ୍ଵିକେଟ ନେଇଥିବା ବିଶ୍ୱର ପ୍ରଥମ ଖେଳାଳି

ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ଆଇପିଏଲରେ ସେ ନିଜର ୨୦୦ତମ ୱିକେଟ ନେବାରେ ସଫଳ ହୋଇଛନ୍ତି । ଚହଲଙ୍କ ସଫଳତାରେ ଟିମର ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ସମସ୍ତ ଖେଳାଳି ଚହଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଯୁଜବେନ୍ଦ୍ର ଚହଲ ଆଇପିଏଲରେ ୨୦୦ରୁ ଅଧିକ ଓ୍ଵିକେଟ ନେଇ ବିଶ୍ୱର ପ୍ରଥମ ବୋଲର ଭାବେ ଇତିହାସ ରଚିଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଯୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସର ମହମ୍ମଦ ନବିଙ୍କୁ ୨୦୦ ଓ୍ଵିକେଟ ଶିକାର କରିଥିଲେ । ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଭାରତ ପାଇଁ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ବୋଲର ଭାବେ ରେକର୍ଡ କରିଛନ୍ତି ୟୁଜବେନ୍ଦ୍ର ଚହଲ । ଚହଲଙ୍କ ପୂର୍ବରୁ କୌଣସି ଖେଳାଳି ଆଇପିଏଲ ଇତିହାସରେ ୨୦୦ ଶିକାର କରି ପାରି ନାହାନ୍ତି ।

ଆଇପିଏଲ-୨୦୨୪ର ୩୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୋୟଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚକୁ ରାଜସ୍ଥାନ କବଜା କରିଥିବା ବେଳେ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ଆଇପିଏଲରେ ସେ ନିଜର ୨୦୦ତମ ୱିକେଟ ନେବାରେ ସଫଳ ହୋଇଛନ୍ତି । ଚହଲଙ୍କ ସଫଳତାରେ ଟିମର ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ସମସ୍ତ ଖେଳାଳି ଚହଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୩୩ ବର୍ଷୀୟ ଯୁଜବେନ୍ଦ୍ର ଚହଲ ୨୦୧୩ରୁ ଆଇପିଏଲରେ ଖେଳୁଛନ୍ତି । ସେ ଲିଗରେ ଏପର୍ଯ୍ୟନ୍ତ ୧୫୩ଟି ମ୍ୟାଚ ଖେଳିସାରିଛନ୍ତି । ଆଇପିଏଲରେ ୨୧.୬୦ ପ୍ରତିଶତରେ ୨୦୦ ଓ୍ଵିକେଟ ନେଇଛନ୍ତି । ଏହି ତାଲିକାରେ ଚହଲଙ୍କ ପରେ ଡ୍ୱେନ ବ୍ରାଭୋ, ପିୟୁଷ ଚାୱଲା ଭଳି ଅନେକ ବଡ଼ ବଡ଼ ବୋଲରଙ୍କ ନାଁ ସାମିଲ ରହିଛି ।

ଚହଲ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ଭାରତୀୟ । ସେ ୮୦ଟି ଟି୨୦ ମ୍ୟାଚରେ ୯୬ ଓ୍ଵିକେଟ ନେଇଛନ୍ତି । ଏହାର ଦ୍ୱିତୀୟ ଲିଷ୍ଟରେ ରହିଛନ୍ତି ଭୁବନେଶ୍ୱର କୁମାର । ସେ ୯୦ଟି ଓ୍ଵିକେଟ ନେଇଛନ୍ତି । ଚହଲ ଟି୨୦ କ୍ରିକେଟର ସ୍ପେଶାଲିଷ୍ଟ ବୋଲର ଭାବେ ଜଣାଶୁଣା ।

ଆଇପିଏଲ ୨୦୨୪ ପଏଣ୍ଟ ତାଲିକା ବିଷୟରେ କହିବାକୁ ଗଲେ, ରାଜସ୍ଥାନ ରୟାଲ୍ସ ପ୍ରଥମ ସ୍ଥାନରେ ରହିଛି । ରାଜସ୍ଥାନ ୮ଟି ମ୍ୟାଚରୁ ୭ଟି ଜିତି ୧୪ ପଏଣ୍ଟ ହାସଲ କରିଥିବା ବେଳେ ନେଟ୍‌ ରନରେଟ ୦.୬୭୭ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.