Below header

ସୋଢି ନିଖୋଜ, ଉଲଟା ଚଷମାର ସୋଢି ଚରିତ୍ରରେ କରିଥିଲେ ଅଭିନୟ

ସୋଢି ନିଖୋଜ। ଲୋକପ୍ରିୟ କମେଡି ଓ ପାରିବାରିକ ସିରିଏଲ ତାରକ ମେହଟ୍ଟା କା ଉଲଟା ଚଷମାର ସୋଢି ଚରିତ୍ରରେ ଅଭିନୟ କରିଥିବା ଗୁରୁଚରଣ ସିଂ ନିଖୋଜ ହୋଇଛନ୍ତି।

ସୋଢି ନିଖୋଜ। ଲୋକପ୍ରିୟ କମେଡି ଓ ପାରିବାରିକ ସିରିଏଲ ତାରକ ମେହଟ୍ଟା କା ଉଲଟା ଚଷମାର ସୋଢି ଚରିତ୍ରରେ ଅଭିନୟ କରିଥିବା ଗୁରୁଚରଣ ସିଂ ନିଖୋଜ ହୋଇଛନ୍ତି। ୪ଦିନ ଧରି ତାଙ୍କ ସହ ଯୋଗାଯୋଗ ହୋଇନପାରିବା ଓ ଫୋନ ବନ୍ଦ ରହିଥିବାରୁ ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପ୍ରିଲ ୨୨ତାରିଖରେ ସେ ଦିଲ୍ଲୀ ବିମାନବନ୍ଦରରୁ ମୁମ୍ବାଇ ଅଭିମୂଖେ ଯାତ୍ରା କରିଥିଲେ। କିନ୍ତୁ ସେ ମୁମ୍ବାଇରେ ପହଞ୍ଚିନାହାନ୍ତି। ଏହା ପରେ ତାଙ୍କ ବାପା ନୂଆଦିଲ୍ଲୀର ଏକ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ବାସ୍ତବ ଜୀବନରେ ଅତି ସାଧାରଣ ଶୈଳୀରେ ଜୀବନଯାପନ କରୁଥିବା ଗୁରୁଚରଣ ସିଂ ସୋଢି ୨୦୨୦ରେ ତାରକ ମେହଟ୍ଟା କା ଉଲଟା ଚଷମା ସୋ ଛାଡ଼ି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.