ମଞ୍ଚ ଉପରେ ବେହୋସ୍‌ ହୋଇ ପଡ଼ିଗଲେ ନୀତୀନ ଗଡ଼କରୀ, ଦେଉଥିଲେ ନିର୍ବାଚନୀ ଭାଷଣ

ମହାରାଷ୍ଟ୍ରର ୟବତମାଲରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଭାଷଣ ଦେବା ବେଳେ ହଠାତ୍‌ ମଞ୍ଚରେ ପଡ଼ିଯାଇଥିଲେ । ମଞ୍ଚରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଠାଇ ଚିକିତ୍ସା ପାଇଁ ନେଇଯାଇଥିଲେ ।

ମହାରାଷ୍ଟ୍ରର ୟବତମାଲରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଭାଷଣ ଦେବା ବେଳେ ହଠାତ୍‌ ମଞ୍ଚରେ ପଡ଼ିଯାଇଥିଲେ । ମଞ୍ଚରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଠାଇ ଚିକିତ୍ସା ପାଇଁ ନେଇଯାଇଥିଲେ । ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପାଇଁ ଯାଇଥିଲେ । ସେଠାରେ ସେ ମଞ୍ଚ ଉପରେ ଭାଷଣ ଦେଉଥିଲେ ।

ମଞ୍ଚ ଉପରେ ଗଡ଼କରୀ ଭାଷଣ ଦେଉଥିବା ବେଳେ ହଠାତ୍‌ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ଆଖପାଖରେ ଛିଡ଼ା ହୋଇଥିବା ଲୋକେ ତାଙ୍କୁ ସମ୍ଭାଳିଥିଲେ ଏବଂ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନେଇଯାଇଥିଲେ ।

ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଯେଉଁ ୫ଟି ଆସନରେ ମତଦାନ ହେଉଛି, ସେଥିରେ ନାଗପୁର ଆସନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏଠାରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ । ସେ କଂଗ୍ରେସର ବିକାଶ ଠାକରେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଠାରୁ ସେ ତୃତୀୟ ଥର ନିର୍ବାଚନ ଲଢ଼ୁଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଗଡ଼କରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି । ୨୦୧୮ରେ ମଧ୍ୟ ମହାରାଷ୍ଟ୍ରର ଅହମଦନଗରରେ ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ବେହୋସ୍‌ ହୋଇଯାଇଥିଲେ । ଏହି ସମୟରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ସହିତ ଉପସ୍ଥିତ ଥିଲେ । ଗଭର୍ଣ୍ଣର ହିଁ ତାଙ୍କୁ ଷ୍ଟେଜ୍‌ ଉପରେ ସମ୍ଭାଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.