ବାଇକରେ ଆସିଲେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟିନେଲେ

୬ଜଣ ଡକାୟତ ସୁନା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ରଖି ୧୫ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଧରି ଚମ୍ପଟ ମାରିଛନ୍ତି । ଗତକାଲି ବିଳମ୍ବିତ ରାତି ଗୋଟାଏ ବେଳେ ଟୁକୁଣା ଗାଁର ସୁନା ବେପାରୀ ପବିତ୍ର ଦାସଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ଝରକା ଗ୍ରୀଲ ତାଡି ଘର ଭିତରକୁ ପଶିଥିଲେ ଲୁଟେରା । ପବିତ୍ର ଓ ପରିବାର ସଦସ୍ୟଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇଥିଲେ ।

ଆନନ୍ଦପୁର (କେନ୍ୟୁଜ): ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ୍ । ବାଇକରେ ଆସିଲେ । ବନ୍ଧୁକ ଦେଖାଇ ଭୟଭୀତ କଲେ । ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ଗାଁରେ ଏହି ସଶସ୍ତ୍ର ଡକାୟତି ହୋଇଛି ।

୬ଜଣ ଡକାୟତ ସୁନା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ରଖି ୧୫ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଧରି ଚମ୍ପଟ ମାରିଛନ୍ତି । ଗତକାଲି ବିଳମ୍ବିତ ରାତି ଗୋଟାଏ ବେଳେ ଟୁକୁଣା ଗାଁର ସୁନା ବେପାରୀ ପବିତ୍ର ଦାସଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ଝରକା ଗ୍ରୀଲ ତାଡି ଘର ଭିତରକୁ ପଶିଥିଲେ ଲୁଟେରା । ପବିତ୍ର ଓ ପରିବାର ସଦସ୍ୟଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇଥିଲେ ।

୨୦୦ଗ୍ରାମର ସୁନା ଓ ୭ କିଲୋରୁ ଅଧିକ ରୁପା ଅଳଙ୍କାର ନେଇଯାଇଛନ୍ତି ଲୁଟେରା । ଅଭିଯୋଗ ପରେ ତଦନ୍ତ କରୁଛି ନନ୍ଦିପଦା ଥାନା ପୋଲିସ । ପବିତ୍ରଙ୍କର ଛେନାପଦି ଛକରେ ଗହଣା ଦୋକାନ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.