ଜୋତା କି କାର ନୁହେଁ ହେଲମେଟ୍‌ ଭିତରେ ଲୁଚି ବସିଛି ସାପ, ଭାଇରାଲ ହେଉଛି ଭିଡିଓ

ଯଦି ଆପଣ ହେଲମେଟ ପିନ୍ଧିବା ପୂର୍ବରୁ ଏହାକୁ ଚେକ୍‌ ନକରି ପିନ୍ଧିବେ ତେବେ ଆପଣଙ୍କ ଅବସ୍ତା ଯେ କଣ ହେବ ତାହା ଆପଣ ନିଜେ ହିଁ କଳ୍ପନା କରି ପାରିବେ । ସାପ ଚୋଟର ଶିକାର ହେବା ପୂର୍ବରୁ ହିଁ ସତର୍କ ହୋଇ ଯାଆନ୍ତୁ ।

ଯଦି ଆପଣ ହେଲମେଟ ପିନ୍ଧୁଛନ୍ତି ତେବେ ଏହାକୁ ପିନ୍ଧିବା ପୂର୍ବରୁ ଥରେ ଭଲ ଭାବେ ଚେକ୍‌ କରି ନିଅନ୍ତୁ । କାରଣ ହେଲମେଟ ଭିତରେ ଥାଇପାରେ ବିଷାକ୍ତ ସାପ । ଯାହା ଆପଣଙ୍କ ଜୀବନ ନେଇପାରେ । ଯଦି ଆପଣ ସାମାନ୍ୟ ଅବହେଳା କରନ୍ତି ତେବେ ଆପଣଙ୍କ ଜୀବନ ଯିବାରୁ କେହି ଆପଣଙ୍କୁ ରକ୍ଷା କରି ପାରିବେନି । ଯଦି ଆପଣ ହେଲମେଟ ପିନ୍ଧିବା ପୂର୍ବରୁ ଏହାକୁ ଚେକ୍‌ ନକରି ପିନ୍ଧିବେ ତେବେ ଆପଣଙ୍କ ଅବସ୍ତା ଯେ କଣ ହେବ ତାହା ଆପଣ ନିଜେ ହିଁ କଳ୍ପନା କରି ପାରିବେ । ସାପ ଚୋଟର ଶିକାର ହେବା ପୂର୍ବରୁ ହିଁ ସତର୍କ ହୋଇ ଯାଆନ୍ତୁ । ତେବେ ଏଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଭାଇରାଲ ହେଉଛି ।

ସାପକୁ ଦେଖିଲେ ଲୋକଙ୍କ ମନରେ ଛନକା ପଶେ । ଆଉ ଏପରି ଭିଡିଓ ଦେଖିବା ପରେ ଆପଣଙ୍କ ଲୋମ ବି ନିଶ୍ଚିତ ଟାଙ୍କୁରି ଉଠିବ । ତେବେ ଇଣ୍ଟରନେଟରେ ଆପଣ ସାପ ସମ୍ବନ୍ଧୀୟ ଅନେକ ଭିଡିଓ ନିଶ୍ଚୟ ଦେଖିଥିବେ । କେତେବେଳେ ସାପ ଜୋତା ଭିତରୁ ବାହାରେ ତ ଆଉ କେତେବେଳେ କାର ଭିତରେ ରହିଥିବାର ଦେଖାଯାଏ । ସମାନ ଭାବେ ସାପର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସାପ ହେଲମେଟ ଭିତରେ ଫଣା ଟେକି ରହି ଥିବାର ନଜର ଆସିଛି । ଭାଇରାଲ ହୋଇଥିବା ଏହି ଭିଡିଓଟି ‘d_shrestha10’ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ।

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସାପକୁ ଦେଖିଲେ ବହୁତ ଭୟ କରନ୍ତି । ଆଉ ଏପରି ସ୍ଥିତିରେ ଯଦି ସେମାନେ ସାପ ସହ ମୁହାଁମୁହିଁ ହୋଇଯିବେ ତେବେ କଥା ସରିଲା । ସାପକୁ ସାମ୍ନା କରିବା ପ୍ରତ୍ୟେକ ଲୋକଙ୍କ ପାଇଁ ସମ୍ଭବ ନୁହେଁ । କାରଣ ସାପ ଏକ ବିଷାକ୍ତ ଜୀବ ।

ତେବେ ଭାଇରାଲ ହୋଇଥିବା ଭିଡିଓରେ ସାପଟି ହେଲମେଟ ଭିତରେ ଲୁଚି ରହିଥିଲା । ଗାଢ଼ କଳା ରଙ୍ଗର ସାପକୁ ଦେଖିଲେ ଯେ କେହି ବି ଡରିଯିବେ ।

ଏହି ଭାଇରାଲ ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ d_shrestha10 ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେଖିଥିବାବେଳେ ଏପର୍ଯ୍ୟନ୍ତ ୪୩ ହଜାରରୁ ଅଧିକ ଲାଇକ ମିଳିଛି । ତେବେ ସାପ ଏକ ବିଷାକ୍ତ ଜୀବ ହୋଇଥିବାବେଳେ ଏହା ହେଲମେଟ ଓ ଜୋତା ଭଳି ଛୋଟ ଛୋଟ ସ୍ଥାନମାନଙ୍କରେ ଲୁଚି ରହିଥାନ୍ତି । ତେଣୁ ଆପଣ ଜୋତା କିମ୍ବା ହେଲମେଟ ପିନ୍ଧିବା ପୂର୍ବରୁ ନିଶ୍ଚିତ ଭାବେ ଏହାକୁ ଭଲ ଭାବେ ଚେକ କରି ନିଅନ୍ତୁ । ନଚେତ ଆପଣଙ୍କ ଜୀବନ ଯିବାରୁ କେହି ଅଟକାଇ ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.