ଆଇପିଏଲ : ଷ୍ଟୋଇନିସ୍‌ଙ୍କ ଅପରାଜିତ ଶତକ: ୬ ୱିକେଟ୍‌ରେ ହାରିଲା ଚେନ୍ନାଇ

ଚେପକରେ ହାରିଲା ଚେନ୍ନାଇ । ଫିକା ପଡ଼ିଲା ଅଧିନାୟକ ଋତୁରାଜ ଗାଏକୱାର୍ଡଙ୍କ ୧୦୮ ରନର ଶତକୀୟ ଇନିଂସ । ଅଷ୍ଟ୍ରେଲୀୟ ଅଲ ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ୧୨୪ ରନ ବଳରେ ୩ ବଲ ବାକି ଥାଇ ବିଜୟ ଲକ୍ଷ୍ୟ ପୂରା କରି ନେଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ।

(କେନ୍ୟୁଜ): ଚେପକରେ ହାରିଲା ଚେନ୍ନାଇ । ଫିକା ପଡ଼ିଲା ଅଧିନାୟକ ଋତୁରାଜ ଗାଏକୱାର୍ଡଙ୍କ ୧୦୮ ରନର ଶତକୀୟ ଇନିଂସ । ଅଷ୍ଟ୍ରେଲୀୟ ଅଲ ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ୧୨୪ ରନ ବଳରେ ୩ ବଲ ବାକି ଥାଇ ବିଜୟ ଲକ୍ଷ୍ୟ ପୂରା କରି ନେଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଲକ୍ଷ୍ନୌକୁ ୨୧୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଲକ୍ଷ୍ନୌ ପକ୍ଷରୁ ଷ୍ଟୋଇନିସ୍ ୬୩ ବଲରୁ ୧୩ ଚୌକା ଓ ୬ ଛକା ବଳରେ ୧୨୪ ରନ ସଂଗ୍ରହ କରିଥିଲେ । ଏହି ବିଜୟ ସହ ଅଷ୍ଟମ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ଲକ୍ଷ୍ନୌ । ଅନ୍ୟପଟେ ଚେନ୍ନାଇ ୮ଟି ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିବା ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଖସିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.