ଓ୍ଵିକେଟ ନେଇଥିବା ନୁରଙ୍କୁ ଜର୍ସି ଉପହାର ଦେଲେ କିଙ୍ଗ ବିରାଟ, କୋହଲିଙ୍କୁ କୃତଜ୍ଞତା ଜଣାଇଲେ ନୁର
ଗୁଜରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବିରାଟଙ୍କ ଓ୍ଵିକେଟ ନୁର ନେଇଥିଲେ । ନୁର ତାଙ୍କ ଓ୍ଵିକେଟ ନେଇଥିବାରୁ ତାଙ୍କୁ ଜର୍ସି ଉପହାର ଦେଇଛନ୍ତି ବିରାଟ । ଜର୍ସି ମିଳିବା ପରେ ନୁର କିଙ୍ଗ କୋହଲିଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋହଲି ନୁରକୁ ଜର୍ସି ଉପହାର ଦେଇ ଲେଖିଛନ୍ତି, ‘ପ୍ରିୟ ନୁର… ବଢିଆ ବୋଲିଂ, ଆପଣଙ୍କୁ ଶୁଭକାମନା । ଏହି ମେସେଜ ତଳେ କୋହଲି ସାଇନ୍ କରିଛନ୍ତି ।
ବିରାଟ କୋହଲିଙ୍କ ପ୍ରତ୍ୟେକ ଛୋଟ ବଡ କାମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କୋହଲି ଜଣେ ଭଲ ବ୍ୟାଟର ହେବା ସହିତ ମଜାଳିଆ ବ୍ୟକ୍ତିତ୍ୱ । କେତେବେଳେ ଜୁନିଅର ଖେଳାଳିଙ୍କ ସହିତ ତ ଆଉ କେତେ ବେଳେ ଫ୍ୟାନ୍ସଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳିଛନ୍ତି । ଆଉ ତାଙ୍କ ହୃଦୟ କେତେ ସ୍ୱଚ୍ଛ ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ନୁର ଅହମଦଙ୍କୁ ନିଜର ଜର୍ସି ଉପହାର ଦେଇଛନ୍ତି କୋହଲି । ନୁର ବିରାଟଙ୍କ ଓ୍ଵିକେଟ ନେଇଥିବାରୁ ତାଙ୍କୁ ଜର୍ସି ଉପହାର ଦେଇଛନ୍ତି ବିରାଟ ।
ଗୁଜରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବିରାଟଙ୍କ ଓ୍ଵିକେଟ ନୁର ନେଇଥିଲେ । ନୁର ୪ ଓଭରରେ ୨୩ ରନ୍ ଦେଇ ୨ ଟି ଓ୍ଵିକେଟ ନେଇଛନ୍ତି । କୋହଲି ୨୭ ବଲରେ ୨ଟି ଚଉକା ଏବଂ ୪ଟି ଛକା ମାରି ୪୨ ରନ୍ କରିଥିଲେ । ଏହି ସମୟରେ ତାଙ୍କ ଷ୍ଟ୍ରାଇକ ରେଟ୍ ୧୫୫.୫୬ ରହିଥିଲା । ତେବେ ଏହି ଇନିଂସ ପରେ କୋହଲି ପୁଣି ଅରେଞ୍ଜ କ୍ୟାପ୍ ତାଲିକା ଶୀର୍ଷରେ ରହିଛନ୍ତି ।
ମ୍ୟାଚ ପରେ କୋହଲି ନୁରଙ୍କୁ ନିଜର ଜର୍ସି ଗିଫ୍ଟ କରିଛନ୍ତି । ଏହାକୁ ପିନ୍ଧି ନୁର ସୁନ୍ଦର ମେସେଜ ଲେଖିଛନ୍ତି । ଜର୍ସି ମିଳିବା ପରେ ନୁର କିଙ୍ଗ କୋହଲିଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋହଲି ନୁରକୁ ଜର୍ସି ଉପହାର ଦେଇ ଲେଖିଛନ୍ତି, ‘ପ୍ରିୟ ନୁର… ବଢିଆ ବୋଲିଂ, ଆପଣଙ୍କୁ ଶୁଭକାମନା । ଏହି ମେସେଜ ତଳେ କୋହଲି ସାଇନ୍ କରିଛନ୍ତି ।
Noor Ahmed took the wicket of Virat Kohli, after the game – Kohli gifted his jersey to Noor with a message – “Dear Noor, Well bowled – Wish you the best”.
– Beautiful gesture by Virat Kohli..!!! pic.twitter.com/2h2gQaxzAZ
— Johns. (@CricCrazyJohns) May 5, 2024
ସୂଚନାଯୋଗ୍ୟ, ଚଳିତ ଆଇପିଏଲ ସିଜିନର ୪ର୍ଥ ମ୍ୟାଚ ଜିତିଛି ବେଙ୍ଗାଲୁରୁ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଲାଯାଇଥିବା ମ୍ୟାଚରେ ଗୁଜରାଟକୁ ୪ ଓ୍ଵିକେଟରେ ହରାଇଛି ବେଙ୍ଗାଲୁରୁ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୧୪୭ ରନ୍ କରି ଅଲଆଉଟ ହୋଇଯାଇଥିଲା । ଏହି ଲକ୍ଷ୍ୟକୁ ପିଛା କରି ଆରସିବି ୧୩.୪ ଓଭରରେ ୬ ଓ୍ଵିକେଟରେ ବିଜୟ ହାସଲ କରିଛି ।