ଗ୍ରାହକଙ୍କ ପାଇଁ ଖୁସି ଖବର; ଦୀର୍ଘଦିନ ପରେ କମିଲା ସୁନା ଓ ରୁପା ଦର

ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୧୪୦ଟଙ୍କା ରହିଛି । ସେହିପରି ଭୁବନେଶ୍ବର ବଜାରରେ ୧୦ ଗ୍ରାମ ପିଛା ସୁନା ଦର ଗତକାଲି ତୁଳନାରେ ପାଖାପାଖି ୧୫୦୦ରୁ ୧୬୦୦ ଟଙ୍କା । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୧୫୦ ହୋଇଛି ।

-ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୧୪୦ଟଙ୍କା ରହିଛି । ସେହିପରି ଭୁବନେଶ୍ବର ବଜାରରେ ୧୦ ଗ୍ରାମ ପିଛା ସୁନା ଦର ଗତକାଲି ତୁଳନାରେ ପାଖାପାଖି ୧୫୦୦ରୁ ୧୬୦୦ ଟଙ୍କା । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୧୫୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୬,୧୪୦ ଟଙ୍କା ଓ ୭୨,୧୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୬,୨୯୦ ଟଙ୍କା ଓ ୭୨,୩୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୬,୯୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୩,୦୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୬,୧୪୦ ଟଙ୍କା ଓ ୭୨,୧୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୨ ହଜାର ୯୦୦ ଟଙ୍କା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.