୨୬ରୁ ଅତି ସାଂଘାତିକ ହେବ ହିଟୱେଭ, ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ରାଜ୍ୟରେ ଗ୍ରୀଷ୍ମ ଲହରୀ ଆତଙ୍କ। ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ଅସହ୍ୟ ହେବ। ୨୬ରୁ ଅତି ସାଂଘାତିକ ହେବ ହିଟ ୱେଭ । ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ଲହରୀ ଆତଙ୍କ। ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ଅସହ୍ୟ ହେବ। ୨୬ରୁ ଅତି ସାଂଘାତିକ ହେବ ହିଟ ୱେଭ । ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ହିଟ ୱେଭରୁ ସିଭିଅର ହିଟ ୱେଭ ଜାରି ରହିବା ଆଶଂକା ରହିଛି। ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ।

ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି ମଧ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଆଜି ହିଟୱେଭ ପାଇଁ ବାଲେଶ୍ବର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଗତକାଲି ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ପାଲଟିଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ୧୮ ସହରର ତାପମାତ୍ରା ।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସ‌ପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦକ୍ଷିଣ ଓଡ଼ିଶା‌ (ଉପକୂଳ ଓ ଆଭ୍ୟନ୍ତରୀଣ) ରେ ତିନି ଦିନ ପର୍ଯ୍ୟନ୍ତ ସାମୁଦ୍ରିକ ପବନ ହେତୁ ତାପମାତ୍ରା ଅପେକ୍ଷାକୃତ ବେଶି ବଢ଼ିବ ନାହିଁ। ମାତ୍ର ଉତ୍ତର ଓଡ଼ିଶାରେ ଗରମ କମିବାର ସମ୍ଭାବନା ଦେଖାଯାଉନି। ୨୬ ତାରିଖରେ ବାରିପଦା, ଝାରସୁଗୁଡ଼ା, ରାଉରକେଲା, ବୌଦ୍ଧ, ବଲାଙ୍ଗୀର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାକୁ ଥିବା ବେଳେ ମାସ ଶେଷ ଆଡ଼କୁ ୪୬ ଡିଗ୍ରି ଡେଇଁଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.