ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳିରୁ ପ୍ରଚାର ଶୁଭାରମ୍ଭ କରିବେ ନବୀନ

ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କରିବେବ। ହିଞ୍ଜିଳି ଓ ଶେରଗଡ଼ର ଦୁଇଟି ସାଧାରଣ ସଭାରେ ଯୋଗ ଦେଇ ଉଦବୋଧନ ଦେବେ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କରିବେବ। ହିଞ୍ଜିଳି ଓ ଶେରଗଡ଼ର ଦୁଇଟି ସାଧାରଣ ସଭାରେ ଯୋଗ ଦେଇ ଉଦବୋଧନ ଦେବେ। ହିଞ୍ଜିଳିକାଟୁର ସମରଝୋଳ ଓ ଶେରଗଡ଼ ଠାରେ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା ପାଇଁ ସମସ୍ତ ପ୍ରସ୍ତୁତି ସରିଛି l ସକାଳ ୧୦ଟା ୩୦ ରେ ହିଞ୍ଜିଳିକାଟୁ ର ସମରଝୋଳ ସଭା ପଡିଆ ରୁ ଓ ୧୧ଟା ୩୦ରେ ଶେରଗଡ଼ ସଭା ସ୍ଥଳରୁ ଜନ ସାଧାରଣ ଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ l ନବୀନଙ୍କ ସଭାସ୍ଥଳରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଉତ୍ସାହିତ ହୋଇ ରହିଛନ୍ତି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ କର୍ମୀ । ହିଞ୍ଜିଳି ଆସନରୁ ନବୀନ ଲଗାତାର ୫ ଥର ଜିତିଛନ୍ତି । ଏଥର ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ନିଜ ଆସନରୁ ପ୍ରଚାର ଶୁଭାରମ୍ଭ କରିବେ ନବୀନ। ୨୦୨୪ ନିର୍ବାଚନ ପ୍ରଚାର ପାଇଁ କଣ ରହିବ ମୂଳମନ୍ତ୍ର ଆଜି ସଭାରେ ବିଜେଡି ସୁପ୍ରିମୋଙ୍କ ଭାଷଣରୁ ସ୍ପଷ୍ଟ ହେବ। ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଆଜି ପ୍ରଥମ ଥର ପାଇଁ କୌଣସି ନିର୍ବାଚନୀ ସଭାରେ ପ୍ରଚାର ଭାଷଣ ଦେବେ। ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ନବୀନଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି କାର୍ତ୍ତିକ ପାଣ୍ଡିଆନ। ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଆସିଥିଲା ବିଜେଡି ସୁପ୍ରିମୋ ନବୀନ ଓ ପାଣ୍ଡିଆନଙ୍କ ଭିଡିଓ। ଉଭୟ ଡବଲ ଶଙ୍ଖ ଧରି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥଙ୍କୁ ବିଜୟୀ କରାଇବାକୁ ଭୋଟରଙ୍କୁ ଅପିଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.