Below header

ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା, ପରବର୍ତ୍ତୀ ଡିଜିପି ରେସରେ ଅଛନ୍ତି ଆଗରେ

ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା । ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ଗୃହ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ଭେଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଡିଜିପି ରେସରେ ଆଗରେ ଅଛନ୍ତି ବି. ରାଧିକା ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା । ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ଗୃହ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ଭେଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଡିଜିପି ରେସରେ ଆଗରେ ଅଛନ୍ତି ବି. ରାଧିକା ।

ଆସନ୍ତା ଡିସେମ୍ବର ୩୧ରେ ପୋଲିସ ଡିଜି ସୁନୀଲ ବଂଶଲ ଅବସର ନେଉଛନ୍ତି । ତାଙ୍କ ପରେ ନୂଆ ପୋଲିସ ଡିଜି ବି. ରାଧିକା ହେବା ନେଇ ଚର୍ଚ୍ଚା ହେଉଛି। ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ କାର୍ଯ୍ୟରତ ବି. ରାଧିକାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ନଭେମ୍ବର ୮ ତାରିଖରେ ଶେଷ ହୋଇଥିଲା । ୨୦୧୮ ଅକଟୋବରରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ତାଙ୍କର ୫ ବର୍ଷିଆ ଡେପୁଟେସନର ଅବଧି ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.