ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ ଅନିମା କର

ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ ଅନିମା କର । ୮୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ଯକୃତ ରୋଗରେ ପୀଡିତ ଥିଲେ ଅନିମା କର। ଏକ ଘରୋଇ ହସ୍ପିଟାଲରେ ଦୁଇ ତିନି ମାସ ତାଙ୍କର ଚିକିତ୍ସା ଚାଲିଥିଲା l ଅନିମା କାର ବହୁପ୍ରତିଭା ସମ୍ପନ ମହିଳା ଥିଲେ।

ଭୁବନେଶ୍ୱର (କେନ୍ୟୁଜ): ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ ଅନିମା କର । ୮୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ଯକୃତ ରୋଗରେ ପୀଡିତ ଥିଲେ ଅନିମା କର। ଏକ ଘରୋଇ ହସ୍ପିଟାଲରେ ଦୁଇ ତିନି ମାସ ତାଙ୍କର ଚିକିତ୍ସା ଚାଲିଥିଲା l ଅନିମା କାର ବହୁପ୍ରତିଭା ସମ୍ପନ ମହିଳା ଥିଲେ।

ବର୍ତ୍ତମାନର ରମାଦେବୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପିକା ଭାବରେ ଚାକିରି କରିଥିଲେ । ରମାଦେବୀରେ କିଛି ସମୟ ପାଇଁ ଅଧ୍ୟକ୍ଷା ଦାଇତ୍ୱ ତୁଲାଇଥିଲେ ଅନିମା କର । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଶିକ୍ଷାଦାନ ସହ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ । ଅଲ୍ ଇଣ୍ଡିଆ ରେଡ଼ିଓରେ ବି ଗୀତ ଗାଇଥିଲେ। ଜଣେ ମିଷ୍ଠlଭାସି, ସରଳ ସ୍ନେହୀ ଓ ପରୋପକାରୀ ମହିଳା ଥିଲେ ଅନିମା କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.