୧୧ ଲକ୍ଷ ଟଙ୍କାରେ ଟର୍ବୋ-ପେଟ୍ରୋଲ୍‌ ଇଞ୍ଜିନ ସହିତ ଭାରତରେ ମହଜୁଦ ରହିଛି ଏହି ଦମଦାର ଏସୟୁଭି

ଜାଣିଛନ୍ତି କି ମାତ୍ର ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆପଣ କିଣିପାରିବେ ଟର୍ବୋ କାର୍‌, ଜାଣନ୍ତୁ କେଉଁ କାର୍‌

କାର କିଣିବା ପୂର୍ବରୁ ଲୋମାନେ ପ୍ରଥମେ ମାର୍କେଟ ଆନାଲାଇଜ୍‌ କରନ୍ତି । ବହୁତ ଦେଖାଦେଖି କରନ୍ତି, ବହୁତ ଲୋକଙ୍କ ପାଖରୁ ପରାମର୍ଶ ନିଅନ୍ତି । ଆଉ କାରର ଦାମ୍‌ ଏବଂ ଫିଚର୍ସ ସହିତ ତାର ପରଫର୍ମାନ୍ସକୁ ବି ଧ୍ୟାନରେ ରଖନ୍ତି । ତାସହିତ ଲୋକମାନେ ନିଜ ପସନ୍ଦରେ ଇଞ୍ଜିନ ବି ଚୟନ କରନ୍ତି । ୧୧ ଲକ୍ଷ ଟଙ୍କା ରେଞ୍ଜରେ ଟର୍ବୋ-ପେଟ୍ରୋଲ ଇଞ୍ଜିନ ସହିତ ଅନେକ ଦମଦାର ୟୁଏସଭି ଭାରତୀୟ ବଜାରରେ ମହଜୁଦ ରହିଛି ।

କିଆ ସନେଟରେ ୧.୦ ଟର୍ବୋ GDi ପେଟ୍ରୋଲ ଇଞ୍ଜିନ୍‌ ଲଗାଯାଇଛି । ଏଥିରେ ୮୮ କିଲୋଓ୍ଵାଟ ପାଓ୍ଵାର ମିଳିଥାଏ ଏବଂ 172 Nmର ଟର୍କ ଜେନେରେଟ୍‌ ହୋଇଥାଏ । ଏହି କାରର ଏକ୍ସ-ଶୋରୁମ୍‌ ପ୍ରାଇସ୍‌ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

ଟାଟା ନେକ୍ସନ ମଧ୍ୟ ଏକ ବଜେଟ ଫ୍ରେଣ୍ଡଲୀ କାର । ଏହି କାରରେ ୧.୨ ଲିଟରର ଟର୍ବୋ ଚାର୍ଜଡ revotron ପେଟ୍ରୋଲ ଇଞ୍ଜିନ୍‌ ଲାଗିଛି, ଯେଉଁଥିରୁ ୧୨୦PS କିମ୍ବା ୮୮.୨kW ପାଓ୍ଵାର ମିଳିଥାଏ । ଟାଟା ନେକ୍ସନର ୯୬ଟି ଭେରିୟଣ୍ଟ ବଜାରରେ ରହିଛି । ଏହି କାରର ଏକ୍ସ ସୋରୁମ ପ୍ରାଇସ ୮,୧୪,୯୯୦ ଟଙ୍କା ।

ହ୍ୟୁଣ୍ଡାଇ ଭେନ୍ୟୁ ମଧ୍ୟ ଏକ ଦମଦାର ବଜେଟ ଫ୍ରେଣ୍ଡଲୀ କାର୍‌ । ହ୍ୟୁଣ୍ଡାଇର ଏହି କାରରେ Kappa 1.0 ଲିଟର ଟର୍ବୋ ଜିଡିଆଇ ପେଟ୍ରୋଲ ଇଞ୍ଜିନ୍‌ ଲାଗିଛି । ଏହି କାର ୬,୦୦୦rpm ରେ ୮୮.୩ କିଲୋଓ୍ଵାଟର ପାଓ୍ଵାର ଦେଇଥାଏ ଏବଂ ୧,୫୦୦-୪,୦୦୦rpm ରେ 172 Nmର ଟର୍କ ଜେନେରେଟ୍‌ କରିଥାଏ । ଏହି କାର ଏକ୍ସ ସୋରୁମ ପ୍ରାଇସ୍‌ ୭.୯୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ।

ମହିନ୍ଦ୍ରା XUV300ରେ ୧.୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍‌ ଲାଗିଛି । ଯେଉଁଥିରେ ୮୧କିଲୋଓ୍ଵାଟ ପାଓ୍ଵାର ମିଳିଥାଏ ଏବଂ ୨୦୦ ଏନଏମର ଟର୍କ ଜେନେରେଟ୍‌ କରିଥାଏ । ତେବେ ଏହି କାରର ଏକ୍ସ-ସୋରୁମ ପ୍ରାଇସ୍‌ ୭.୯୯ ଲକ୍ଷ ଟଙ୍କା ।

ସିଟ୍ରୋନ୍‌ C3 ଏୟାରକ୍ରସ ର ଦାମ୍‌ ୯.୯୯ ଲକ୍ଷ ଟଙ୍କାରେ ଆରମ୍ଭ ହେଉଛି । ଏହି କାରରେ ୧୧୯୯ cc, ୩-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍‌ ଲାଗିଛି । ଏହି କାର ୫,୫୦୦ ଆରପିଏମରେ ୮୧କିଲୋଓ୍ଵାଟ୍‌ ପାଓ୍ଵାର ଦେଇଥାଏ । ଏବଂ ୧,୭୫୦-୨,୫୦୦ rpm ରେ ୨୦୫ ର ଟର୍କ ଜେନେରେଟ୍‌ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.