ନେହା ହତ୍ୟା ପଛରେ ଲଭ୍-ଜିହାଦ! ପ୍ରସ୍ତାବରେ ରାଜି ନହେବାରୁ ପ୍ରେମିକାକୁ ଛୁରି ଭୁସିଲା ଫୟାଜ୍‌

ଲଭ୍-ଜିହାଦ ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଆଜି କୌଣସି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ନକରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ନେଇଛି ଦଳ।

କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା ଏବେ ଚାରିଆଡେ ଚହଳ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି । ଲଭ୍-ଜିହାଦ ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଆଜି କୌଣସି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ନକରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ନେଇଛି ଦଳ।

ହୁବଲି ଧାରୱାଡର କଂଗ୍ରେସ କର୍ପୋରେଟର ନିରଞ୍ଜନ ହେରମାଥଙ୍କ ଝିଅ ନେହାଙ୍କୁ କଲେଜ କ୍ୟାମ୍ପସରେ ଦିନ ଦ୍ବିପହରରେ ଛୁରି ଭୁସି ହତ୍ୟା କରିଥିଲା ପୂର୍ବତନ ପ୍ରେମିକ ଫୟାଜ । ହତ୍ୟାକାରୀ ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। ୨୩ ବର୍ଷୀୟା ଏମସିଏ ଛାତ୍ରୀ ନେହା ପରୀକ୍ଷା ଦେଇ କେନ୍ଦ୍ରରୁ ବାହାରକୁ ବାହାରିଥିଲେ । ଆଉ ଠିକ୍‌ ଏହି ସମୟରେ ଫୟାଜ୍‌ ନେହାଙ୍କୁ ଅଟକାଇ ଏକ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା । ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି ।  ଏପ୍ରିଲ ୧୮ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଫୟାଜକୁ ଗିରଫ କରିଛି ପୋଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।

ସେପଟେ ହତ୍ୟାକାଣ୍ଡକୁ ନିନ୍ଦା ଓ ମୃତକଙ୍କୁ ସମବେଦନା ଜଣାଇ ମୁସଲିମ୍ ସଂଗଠନ ବି ଦେଇଛି କର୍ଣ୍ଣାଟକ ବନ୍ଦ ଡାକରା। ଧାରୱାଡ଼ ଅଞ୍ଜୁମନ-ଇ-ଇସଲାମିଆ ପକ୍ଷରୁ ଦିନ ୧୦ଟାରୁ ଅପରାହ୍ଣ ୩ଟା ଯାଏଁ ସମସ୍ତ ଦୋକାନ, ଗ୍ୟାରେଜ, ଫଳ ଓ ମାଂସ ଦୋକାନ, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ୍‌ ଆଦି ବନ୍ଦ ରଖିବାକୁ ନିବେଦନ କରାଯାଇଛି।ସୂଚନା ମୁତାବକ ଗତକାଲି ନେହାଙ୍କ ବାପା ତଥା କଂଗ୍ରେସ କର୍ପୋରେଟର ନିରଞ୍ଜନ ଏବଂ ଅନ୍ୟ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ତଥା ଧରାୱାଡ଼ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଯୋଶୀ ।

You might also like