Below header

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରି ଦେଲେ, ଅଭିଯୋଗ ଆଣିଲେ ପରିବାର ଲୋକ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ।  ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।  ଅନୁଗୁଳ ଟାଉନ ଥାନା ରାଣୀଗୋଡା ଅଞ୍ଚଳରୁ ଆସିଛି ଅଭିଯୋଗ । ଯୁବକଙ୍କ ଶରୀରରେ କ୍ଷତ ଏବଂ ମାଡ ମାରି ଥିବାର ଦାଗ ରହିଛି ।

ଅନୁଗୁଳ (କେନ୍ୟୁଜ): ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ । ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅନୁଗୁଳ ଟାଉନ ଥାନା ରାଣୀଗୋଡା ଅଞ୍ଚଳରୁ ଆସିଛି ଅଭିଯୋଗ । ଜଣେ ଯୁବକଙ୍କୁ କିଛି ଦିନ ତଳେ ନିଶା ନିବାରଣ କେନ୍ଦ୍ରରେ ଛଡ଼ାଯାଇଥିଲା । ତାଙ୍କ ଦେହ ଖରାପ ଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକ ଆସି ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡ଼ାକ୍ତର ଘୋଷଣା କରିଥିଲେ । ଯୁବକଙ୍କ ଶରୀରରେ କ୍ଷତ ଏବଂ ମାଡ ମାରି ଥିବାର ଦାଗ ରହିଛି। ଅନୁଗୋଳ ଟାଉନ୍ ଥାନାରେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ସେହିପରି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ୍ ନିକଟରୁ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖି ପ୍ରଥମେ ବସ୍ତା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ଉକ୍ତ ଯୁବକର ଦେହରେ ବିଭିନ୍ନ ସ୍ଥାନରେରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ଯୁବକଙ୍କୁ କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.