Below header

ସାଢ଼େ ୨ଟା ସୁଦ୍ଧା ୪୪ ଟପିଲା ଭୁବନେଶ୍ବରର ତାପମାତ୍ରା : ଟ୍ୱିନ ସିଟି ପାଇଁ ରେଡ୍‌ ଆଲର୍ଟ ଜାରି

୪୪ ଟପିଲା ଭୁବନେଶ୍ବର । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ହୋଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ୱିନ ସିଟିକୁ ରେଡ ଆଲର୍ଟ । ଅସମ୍ଭାଳ ତାତି ।  ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା ।  ବାହାରକୁ ବାହାରିବା ମୁସ୍କିଲ ।

ଭୁବନେଶ୍ୱର (କେନ୍ୟୁଜ): ୪୪ ଟପିଲା ଭୁବନେଶ୍ବର । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ହୋଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ୱିନ ସିଟିକୁ ରେଡ ଆଲର୍ଟ । ଅସମ୍ଭାଳ ତାତି ।  ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା ।  ବାହାରକୁ ବାହାରିବା ମୁସ୍କିଲ । ଖରା ତାତିରେ ଦେହ ହାତ ପୋଡ଼ି ହେଲା ଭଳି ଲାଗୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଉପରେ ରହିଛି ।  ଆଜି ଉଭୟ କଟକ ଓ ଭୁବନେଶ୍ବରର ସହର ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ଆଗାମୀ ୪ ଦିନ ଯାଏଁ ହିଟୱେଭ ସ୍ଥିତି ରହିବ ।

୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ସେଲସିୟସ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।  ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ । ଫଳରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ।  କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ୨ ମେ’ ଯାଏ ଏଭଳି ସ୍ଥିତି ରହିବା ସମ୍ଭାବନା ରହିଛି । ହିଟୱେଭକୁ ଗୁରୁତର ସହ ନେବାକୁ ଅପିଲ୍ କରିଛି ପାଣିପାଗ ବିଭାଗ । ମେ’ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କଲବଲ କରିବ ତାତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.