ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ, ବିପଦରେ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ

ଚିନ୍ତା ବଢାଇଲାଣି ବନାଗ୍ନି । ବିପଦରେ ଜଙ୍ଗଲ । ଅଣାୟତ୍ତ ବନାଗ୍ନି । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । କାରଣ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳର ୪୫ ପଏଣ୍ଟରେ ଲାଗିଥିଲା ନିଆଁ । ଉତ୍ତର ଶିମିଳିପାଳ ୨୫ ଏବଂ ଦକ୍ଷିଣ ଶିମିଳିପାଳରେ ୧୮ ଟି ପଏଣ୍ଟ ରେ ନିଆଁ ଲାଗିଥିଲା । ଗତକାଲି ସବୁ ପଏଣ୍ଟରେ ନିଆଁ ଲିଭିଥିବା ବେଳେ ଆଜି ପୁଣି ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ ।

ମୟୁରଭଞ୍ଜ(କେନ୍ୟୁଜ୍‌): ଚିନ୍ତା ବଢାଇଲାଣି ବନାଗ୍ନି । ବିପଦରେ ଜଙ୍ଗଲ । ଅଣାୟତ୍ତ ବନାଗ୍ନି । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । କାରଣ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳର ୪୫ ପଏଣ୍ଟରେ ଲାଗିଥିଲା ନିଆଁ । ଉତ୍ତର ଶିମିଳିପାଳ ୨୫ ଏବଂ ଦକ୍ଷିଣ ଶିମିଳିପାଳରେ ୧୮ ଟି ପଏଣ୍ଟ ରେ ନିଆଁ ଲାଗିଥିଲା । ଗତକାଲି ସବୁ ପଏଣ୍ଟରେ ନିଆଁ ଲିଭିଥିବା ବେଳେ ଆଜି ପୁଣି ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଶିମିଳିପାଳ ଅଭୟାରଣ୍ୟ ରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ସେହିପରି ନିଆଁ ଲିଭେଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାର୍ଡ ଗଠନ କରାଯାଇଛି ।

ସେପଟେ ଆନନ୍ଦପୁର ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ । ବନ ବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ୍ ନିଆଁ ଲିଭାଇବା ପାଇଁ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ବହୁ କଷ୍ଟ ପରେ ଆୟତ୍ତ ହୋଇଛି ଜି. ଉଦୟଗିରି କଳିଙ୍ଗା ଘାଟିରେ ଲାଗିଥିବା ନିଆଁ । ଘାଟିରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଖବର ପାଇ ବନବିଭାଗର ଟିମ୍ ପହଞ୍ଚି ବ୍ଳୋଏର ସାହାଯ୍ୟରେ ନିଆଁକୁ ଲିଭାଇ ଆୟତ୍ତ କରିଥିଲେ । ୭ କିଲୋମିଟର ବ୍ୟାପି ନିଆଁ ହୁତୁହୁତୁ ହୋଇ ଜଳିଥିଲା ।

ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏବେ ନିଆଁର ପ୍ରକୋପ । ଶିମିଳିପାଳ ଅଭୟାରଣ୍ୟର ୪୩ ସ୍ଥାନରେ ନିଆଁ ହୁତୁହୁତୁ ଜଳୁଥିବା ବେଳେ ଏହାକୁ ଡ୍ରୋନ କ୍ୟାମେରାରେ ଚିହ୍ନଟ କରାଯାଇ ନିଆଁକୁ ଆୟତ୍ତ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ବେଳେ ଏହାକୁ ରୋକିବାକୁ ୭ ଓଡ୍ରାଫ ଟିମ୍ ନିୟୋଜିତ ହୋଇଛି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ଏବେ ବିପଦରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.