ଗଞ୍ଜାମ ଜିଲ୍ଲାର ୨ ବ୍ଲକ ଅଧ୍ୟକ୍ଷ ଦେଲେ ଇସ୍ତଫା

ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ଅଧ୍ୟକ୍ଷ । ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଓ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ସ୍ବାଇଁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପଛର କାରଣ ବ୍ୟକ୍ତିଗତ ବୋଲି ଉଭୟ ଉଲ୍ଲେଖ କରିଛନ୍ତି ।

ଗଞ୍ଜାମ(କେନ୍ୟୁଜ୍‌): ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ଅଧ୍ୟକ୍ଷ । ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଓ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ସ୍ବାଇଁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପଛର କାରଣ ବ୍ୟକ୍ତିଗତ ବୋଲି ଉଭୟ ଉଲ୍ଲେଖ କରିଛନ୍ତି । ଦୈତାରୀ ବେହେରା ହେଉଛନ୍ତି ଖଲ୍ଲିକୋଟ ବିଧାନସଭା ଆସନର ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ । ସେହିପରି ଜ୍ୟୋତିର୍ମୟୀ ସ୍ବାଇଁ ହେଉଛନ୍ତି ଆସିକା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଥିବା ମଞ୍ଜୁଳା ସ୍ବାଇଁଙ୍କ ବୋହୂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.