ନାମାଙ୍କନ ଭରିଲେ ପ୍ରଦୀପ ମାଝୀ

ନାମାଙ୍କନ ଭରିଲେ ପ୍ରଦୀପ ମାଝୀ । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଆଜି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଶୁଭ ସମୟ ଦେଖି ନାମାଙ୍କନ ଦାଖଲ କରିଛନ୍ତି ।

ନବରଙ୍ଗପୁର (କେନ୍ୟୁଜ୍‌): ନାମାଙ୍କନ ଭରିଲେ ପ୍ରଦୀପ ମାଝୀ । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଆଜି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଶୁଭ ସମୟ ଦେଖି ନାମାଙ୍କନ ଦାଖଲ କରିଛନ୍ତି । ବିନା ଶୋଭାଯାତ୍ରାରେ ଆସି ପ୍ରଦୀପ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପରବର୍ତ୍ତୀ ସମୟରେ ନିଜ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ । ଚଳିତ ଥର ବିଜେଡି ସାଂସଦ ଭାବେ ସେ ନିଜେ ବିଜୟୀ ହେବା ସହ ନବରଙ୍ଗପୁର ଜିଲ୍ଲାର ଅନ୍ୟ ୪ ବିଧାୟକ ପ୍ରାର୍ଥୀ ବିପୁଳ ମାତ୍ରାରେ ବିଜୟୀ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.