କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ, କହିଲେ  ଲୋକଙ୍କ ଘର ଓ ସୁନା ନେଇଯିବ କଂଗ୍ରେସ

କଂଗ୍ରେସ ନେଇଯିବ ଲୋକଙ୍କ ସଂପତ୍ତି । ଘର ନେଇଯିବ, ସୁନା ନେଇ ଯିବ । ଏମିତି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଉତ୍ତର ପ୍ରଦେଶ ଆଲିଗଡ଼ରେ ପ୍ରଚାର କରି ମୋଦି କହିଥିଲେ ଆପଣଙ୍କ ରୋଜଗାର ଓ ସମ୍ପତ୍ତି ଉପରେ କଂଗ୍ରେସ ଓ ଇଣ୍ଡିମେଣ୍ଟର ଆଖି ।

କଂଗ୍ରେସ ନେଇଯିବ ଲୋକଙ୍କ ସଂପତ୍ତି । ଘର ନେଇଯିବ, ସୁନା ନେଇ ଯିବ । ଏମିତି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଉତ୍ତର ପ୍ରଦେଶ ଆଲିଗଡ଼ରେ ପ୍ରଚାର କରି ମୋଦି କହିଥିଲେ ଆପଣଙ୍କ ରୋଜଗାର ଓ ସମ୍ପତ୍ତି ଉପରେ କଂଗ୍ରେସ ଓ ଇଣ୍ଡିମେଣ୍ଟର ଆଖି । ମହିଳାଙ୍କ ମଙ୍ଗଳସୂତ୍ର ଉପରେ ବି ଏମାନଙ୍କ ନଜର । ଝିଅ ଓ ମାଆ ମାନଙ୍କ ଠାରୁ ସୁନା ଚୋରେଇ ନେବା ଏମାନଙ୍କ ଉଦ୍ଦେଶ୍ୟ । ଆପଣଙ୍କର ଦୁଇଟା ଘର ଥିଲେ ଗୋଟିଏ ଘର ନେଇ ଯିବେ । ଏହା ମାଓବାଦୀଙ୍କ ଚିନ୍ତାଧାରା ଓ ସାମ୍ୟବାଦ ଚିନ୍ତାଧାରା । ଅନେକ ଦେଶକୁ ଏହା ବରବାଦ କରିଛି ।

କଂଗ୍ରେସ ଓ ଇଣ୍ଡିମେଣ୍ଟ ଏହାକୁ ଭାରତରେ ପ୍ରୟୋଗ କରିବାକୁ ଚାହୁଁଥିବା କହିଛନ୍ତି ମୋଦି । ଅନ୍ୟପଟେ ମୋଦିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି କଂଗ୍ରେସ । ଗତକାଲି ରାଜସ୍ଥାନରେ ନିର୍ବାଚନ ପ୍ରଚାର କରି ମୋଦି କହିଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ସଂପତ୍ତି ନେଇ ଅନୁପ୍ରବେଶକାରୀଙ୍କୁ ଦେଇଦେବ । ମୋଦିଙ୍କ ଏଭଳି ଟିପ୍ପଣୀ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ । କଂଗ୍ରେସ କ୍ଷମତାକୁ ଆସିଲେ ଦେଶରେ ଅର୍ଥନୈଦତିକ ସର୍ଭେ ହେବା ସହ ସଂପତ୍ତି ପୁନଃ ବଣ୍ଟନ ହେବ ବୋଲି ଦଳ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.