ଲେଦର ଗାରମେଣ୍ଟଟସ୍ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ନୋଏଡାର ଏକ ଲେଦର ଗାରମେଣ୍ଟଟସ୍ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ସକାଳେ କମ୍ପାନୀରେ ହଠାତ୍ ନିଆଁ ଲାଗିଯାଇଛି । ନିଆଁ ଲିଭାଇବା ପାଇଁ ୮ ରୁ ଅଧିକ ଅଗ୍ନି ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚିଛି ।

ନୋଏଡାର ସେକ୍ଟର –୬୫ ର ବ୍ଲକ୍- Bରେ ଏକ ଲେଦର ଗାରମେଣ୍ଟଟସ୍ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ସକାଳେ କମ୍ପାନୀରେ ହଠାତ୍ ନିଆଁ ଲାଗିଯାଇଛି । ନିଆଁ ଲିଭାଇବା ପାଇଁ ୮ ରୁ ଅଧିକ ଅଗ୍ନି ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ଅଗ୍ନି ବିଭାଗର ନିଆଁ ଲିଭାଇବାରେ ଲାଗିଛନ୍ତି ଏବଂ ନିଆଁକୁ ଆୟତ୍ତ କରିଛନ୍ତି । ଏହି ଘଟଣାରେ କୌଣସି ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଘଟଣା ନୋଏଡାର ପୋଲିସ ଷ୍ଟେସନ ଫେସ୍ – ୩ ଅଞ୍ଚଳରେ ଘଟିଛି ।
ଏହାପୂର୍ବରୁ ଶନିବାର ସକାଳେ ନୋଏଡାର ସେକ୍ଟର –୬୨ ସ୍ଥିତ ଏକ ବିଲ୍ଡିଂର ୨୦ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ଚୌବେ କହିଛନ୍ତି ଯେ, ସୂଚନା ପାଇବା ପରେ ଘଟଣାସ୍ଥଳକୁ ୧୦ଟି ଅଗ୍ନିଶମ ଟେଣ୍ଡର ପଠାଯାଇଥିଲା ଏବଂ ନିଆଁକୁ ନିୟନ୍ତ୍ରଣକୁ କରାଯାଇଥିଲା । ସେ ଏହା ମଧ୍ୟ କହିଛନ୍ତି, ଯେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।
ଏଥି ସହ ନୋଏଡାର ଇକୋଟେକ୍- ୩ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଏକ କମ୍ପାନୀରେ ନିଆଁ ଲିଭାଇବା ବେଳେ ଗୁରୁତର ଭାବେ ପୋଡି ଯାଇଥିବା ଜଣେ କର୍ମଚାରୀଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି । ଇକୋଟେକ୍- ୩ ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର ଧର୍ମେନ୍ଦ୍ର କୁମାର ଶୁକ୍ଲା କହିଛନ୍ତି ଯେ ଗୁରୁବାର ଦିନ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଟୟୋ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ତରୁଣ ମାନକୋରିଙ୍କ ସମେତ ୪୦ କମ୍ପାନୀ କର୍ମଚାରୀମାନେ ନିଅାଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ଏହି ତରୁଣ ଗୁରୁତର ହୋଇଥିଲେ । ଇନ୍ସପେକ୍ଟର ଶୁକ୍ଲା ଏହା ମଧ୍ୟ କହିଛନ୍ତି ଯେ ତରୁଣଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି । ବର୍ତ୍ତମାନ ମୃତ୍ୟୁ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।