Below header

ଚୀନରେ ଘୂର୍ଣ୍ଣିଝଡ : ୧୪୧ ଫ୍ୟାକ୍ଟ୍ରି ବିଲିଡିଂ କ୍ଷତିଗ୍ରସ୍ତ, ୫ ମୃତ

ଦକ୍ଷିଣ ଚୀନର ଗୁଆଙ୍ଗଝୋରେ ହୋଇଥିବା ଘୂର୍ଣ୍ଣିଝଡ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ଚୀନର ସରକାରୀ ଗଣମାଧ୍ୟମ ଅନୁସାରେ ୧୪୧ ଫ୍ୟାକ୍ଟ୍ରିର ବିଲିଡିଂ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ କୌଣସି ଆବାସିକ ଘର ନଷ୍ଟ ହୋଇନାହିଁ ।

ଦକ୍ଷିଣ ଚୀନର ଗୁଆଙ୍ଗଝୋରେ ହୋଇଥିବା ଘୂର୍ଣ୍ଣିଝଡ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ଚୀନର ସରକାରୀ ଗଣମାଧ୍ୟମ ଅନୁସାରେ ୧୪୧ ଫ୍ୟାକ୍ଟ୍ରିର ବିଲିଡିଂ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ କୌଣସି ଆବାସିକ ଘର ନଷ୍ଟ ହୋଇନାହିଁ । ଗୁଆଙ୍ଗଝୋ ସହର ହୋଇଥିବା ଘୂର୍ଣ୍ଣିବଳୟ ସ୍ତର-୩ ତୀବ୍ରତା ରହିଥିଲା । ଏହା ସର୍ବୋଚ୍ଚ ସ୍ତର-୫ ଠାରୁ ଦୁଇ ଗୁଣ କମ୍ ରହିଥିଲା ବୋଲି ଗଣମାଧ୍ୟମ କହିଛି ।

ବାୟୁନ୍ ଜିଲ୍ଲାର ଲିଆଙ୍ଗଟିଆନ୍ ଗାଁର ପାଣିପାଗ କେନ୍ଦ୍ର ପ୍ରତି ସେକେଣ୍ଡରେ ସର୍ବାଧିକ ୨୦.୬ ମିଟର ପବନ ବହିବା ରେକର୍ଡ କରିଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସ୍ଥାନୀୟ ସମୟ ରାତି ୧୦ ଟା ଶେଷ ହୋଇଥିଲା । ଘୂର୍ଣ୍ଣିବଳୟ ପରେ ଦକ୍ଷିଣ ଚାଇନାରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁ କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପଡ଼ିଛି । ଉଦ୍ଧାର କର୍ମଚାରୀମାନେ ପାଣିରେ ଫସି ରହିଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର କରୁଛନ୍ତି । ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ବନ୍ୟା ଯୋଗୁଁ ୧୧,୧୦,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଦକ୍ଷିଣ ଚୀନରେ ପ୍ରବଳ ବର୍ଷା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଘର ପାଣି ଘେରରେ ଫସିଛନ୍ତି । ବୈଜ୍ଞାନିକଙ୍କ ଚେତାବନୀ ଅନୁଯାୟୀ, ପାଣିପାଗ ବଦଳୁଛି, ତେଣୁ ଆଗକୁ ସ୍ଥିତି ସାଙ୍ଘାତିକ ହୋଇପାରେ । ତେବେ ୧୯୬୧ ରୁ ଆଜିଯାଏ ଘୂର୍ଣ୍ଣିଝଡରେ ଅତିକମରେ ୧,୭୭୨ ଲୋକ ମୃତ୍ୟୁବରଣ କଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.