Below header

ଏବେ ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍: ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ରାତି ଅଧରେ ସୁଯୋଗ ଦେଖି ଏଟିଏମ ଭାଙ୍ଗିଥିଲେ ଏହି ଦୁର୍ବୃତ୍ତ ଯାହାର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ସାଲେପୁର ବ୍ଲକ ଜପକୁଦ ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି ।

ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । ଏବେ ମାତିଛନ୍ତି ଏଟିଏମ ଲୁଟେରା । ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ବିତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍‌ ଚଳାଇଛନ୍ତି ଏହି ଲୁଟେରାମାନେ । ପୋଲିସ୍‌ ଆଖିରେ ଧୂଳି ଦେଇ ନିଜର କାୟା ବିସ୍ତାର କରୁଛନ୍ତି । ଏବେ ଏହି ଲୁଟେରାଙ୍କ ଟାର୍ଗେଟ ହେଉଛି ଏଟିଏମ୍ । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା ।

କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗି ଲୁଟର ଉଦ୍ୟମ ଚଳାଉଛନ୍ତି । ଏବେ ମଧ୍ୟ ସମାନ ଘଟଣା ଘଟିଛି । ରାତି ଅଧରେ ସୁଯୋଗ ଦେଖି ଏଟିଏମ ଭାଙ୍ଗିଥିଲେ ଏହି ଦୁର୍ବୃତ୍ତ ଯାହାର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ସାଲେପୁର ବ୍ଲକ ଜପକୁଦ ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି ।

କେବେଳ ସେତିକି ନୁହେଁ ଏଟିଏମ ଭିତରେ ଥିବା କ୍ୟାମେରା ଭାଙ୍ଗିବା ସହ ଏଟିଏମ ମେସିନକୁ ଭାଙ୍ଗି ରସି ଲଗାଇ କୌଣସି ଏକ ଗାଡ଼ିରେ ନେବା ପାଇଁ ଚେଷ୍ଟା କରିଥିଲେ ଏହି ଲୁଟେରା କିନ୍ତୁ ଏଥିରେ ବିଫଳ ହୋଇଥିଲେ । ତେବେ ସିସିଟିଭିରେ ଏହି ଚୋରଙ୍କ କାରନାମା ରେକର୍ଡିଂ ହୋଇଯାଇଛି । ଅବଶ୍ୟ ଏହି ଚାଲାକ ଲୁଟେରାମାନେ ମୁହଁରେ କପଡ଼ା ବାନ୍ଧି ଲୁଟ୍ ଉଦ୍ୟମ କରୁଥିଲେ । ଏଥିରେ ଲୁଟେରାଙ୍କ ଫଟୋ ମଧ୍ୟ ଆସିଛି କିନ୍ତୁ ମୁହଁରେ କପଡା ଥିବା ଯୋଗୁଁ ବେଶୀ କିଛି ଜଣାପଡ଼ୁନାହିଁ ।

ଏହି ସିସିଟିଭି ଫୁଟେଜରେ ଆପଣ ଦେଖିପାରୁଥିବେ କିଭଳି ମୁହଁ ଲୁଚାଇ ଲୁଚାଇ ଏହି ଲୁଟେରା ଏଟିଏମରେ ପଶୁଛି । କିନ୍ତୁ ଏହାପରେ ହଠାତ ସିସିଟିଭି ବନ୍ଦ ହୋଇଯାଇଥିଲା । ତେବେ ବର୍ତ୍ତମାନ ପୋଲିସ୍ ସିସିଟିଭି ରେକର୍ଡ଼ିଂ ଦେଖି ଏହି ଦୁର୍ବୃତ୍ତଙ୍କୁ ଧରିବା ଲାଗି ତନାଘନା ଚଳାଇଛି । ଏହି ବାବଦରେ ବ୍ୟାଙ୍କ ପକ୍ଷରୁ ସାଲେପୁର ଥାନା ଓ ଜପକୁଦ ଫାଣ୍ଡିରେ ଅଭିଯୋଗ ହୋଇଛି । ଖବର ପାଇ ଜପକୁଦ ଫାଣ୍ଡି ପୋଲିସ ପହଁଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ଦିନକୁ ଦିନ ଲୁଟେରା ମାନଙ୍କର ଆତଙ୍କ ବଢ଼ିବାରେ ଲାଗିଛି ।

ପୂର୍ବରୁ ପୋଲିସ ପକ୍ଷରୁ ଯେଉଁଭଳି ରାତିରେ ପେଟ୍ରୋଲିଂ କରାଯାଉଥିଲା, ସେଭଳି ଆଉ ହେଉନାହିଁ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏପରି ଏଟିଏମରୁ ଲୁଟ୍ ଖବର ବାରମ୍ବାର ସାମ୍ନାକୁ ଆସୁଛି । ସାଧାରଣତଃ ଏଟିଏମ୍‌ ମେସିନ୍‌ କାଟି ଲୁଟିବା ବେଳେ ଆଲାରାମ୍ ବାଜିଥାଏ । ସେହିଭଳି ଏଟିଏମ୍‌ ପରିଚାଳନା କରୁଥିବା ମୁଖ୍ୟ କାର୍ଯ୍ୟାଳୟକୁ ଡାଉନ୍‌ କଲ୍‌ ବି ଯାଇଥାଏ । କିନ୍ତୁ ଏହି କ୍ଷେତ୍ରରେ ଏଭଳି କିଛି ହୋଇଛି କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳି ନାହିଁ । ଏହାର ଫାଇଦା ନେଇ ଅତି ସହଜରେ ଦୁର୍ବୃତ୍ତମାନେ ଖସିଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.