କମ୍ ଦାମ୍ ସହ ଜବରଦସ୍ତ ଇଞ୍ଜିନ ଏବଂ ଫିଚର୍ସ, କିଣନ୍ତୁ BMW G 310 R

ଆଜି ଆମେ ଆପଣଙ୍କୁ BMWର ସବୁଠାରୁ ଶସ୍ତା ବାଇକ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଭାରତୀୟ ବଜାରରେ BMW ର ସବୁଠାରୁ କମ ଦାମର ବାଇକ୍ ବିଷୟରେ ଜାଣିବା । ତେବେ ଏହି ବିଳାସପୂର୍ଣ୍ଣ ବ୍ରାଣ୍ଡର ସବୁଠାରୁ ଶସ୍ତା ବାଇକ୍ ହେଉଛି BMW G 310 R ।

ବିଏମଡବ୍ଲୁ ନିଜର ବିଳାସପୂର୍ଣ୍ଣ କାର ଏବଂ ବାଇକ୍ ଉତ୍ପାଦନ ପାଇଁ ବେଶ ଜଣାଶୁଣା । ସମସ୍ତେ ଏହା ମଧ୍ୟ ଜାଣନ୍ତି ଏହି ବାଇକ ଏବଂ କାରଗୁଡିକର ଦାମ ମଧ୍ୟ ବହୁତ ଅଧିକ । କିନ୍ତୁ ଆଜି ଆମେ ଆପଣଙ୍କୁ BMWର ସବୁଠାରୁ ଶସ୍ତା ବାଇକ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଭାରତୀୟ ବଜାରରେ BMW ର ସବୁଠାରୁ କମ ଦାମର ବାଇକ୍ ବିଷୟରେ ଜାଣିବା । ତେବେ ଏହି ବିଳାସପୂର୍ଣ୍ଣ ବ୍ରାଣ୍ଡର ସବୁଠାରୁ ଶସ୍ତା ବାଇକ୍ ହେଉଛି BMW G 310 R ।

ଏହି ବିଏମଡବ୍ଲୁ ବାଇକ୍ ଗତ ବର୍ଷ ଅର୍ଥାତ ୨୦୨୩ରେ ଭାରତୀୟ ବଜାରକୁ ଆସିଥିଲା । BMW G 310 R ରେ 310 cc, ସିଙ୍ଗଲ୍ ସିଲିଣ୍ଡର, 4-ଷ୍ଟ୍ରୋକ ଇଞ୍ଜିନ୍ ଲାଗିଛି । ଏହି ଇଞ୍ଜିନ୍ 9,250 rpm ରେ 25 kW କିମ୍ବା 34 hp ର ପାୱାର ପ୍ରଦାନ କରେ ଏବଂ 7,500 rpm ରେ 28 Nm ଟର୍କ ଜେନେରେଟ କରେ । BMW ର ଏହି 310 cc ବାଇକ୍ ତିନୋଟି କଲର ଅପ୍ସନ ସହିତ ବଜାରରେ ଉପଲବ୍ଧ । ଏହି ବାଇକ୍ ଏହାର ଦମଦାର ଫିଚର୍ସ ତଥା ଜବରଦସ୍ତ ଡିଜାଇନ୍ ପାଇଁ ବେଶ ଜଣାଶୁଣା ।

ଏହି ବାଇକରେ ଷ୍ଟାଣ୍ଡାର୍ଡ ଏଲଇଡି ହେଡଲାଇଟ୍ ଏବଂ ଏଲଇଡି ଇଣ୍ଡିକେଟର୍ସ ଲଗାଯାଇଛି । ଏହି ବିଏମଡବ୍ଲୁ ବାଇକରେ ଆଲୁମିନିୟମ ଚକ ଲଗାଯାଇଛି । ବିଏମଡବ୍ଲୁ ଏହି ବାଇକରେ ୩ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ମଧ୍ୟ ଦେଉଛି । ବାଇକରେ ଆଡଜଷ୍ଟେବଲ୍ କ୍ଲଚ୍ ଏବଂ ବ୍ରେକ୍ ଲିଭର୍ସ ମଧ୍ୟ ଲଗାଯାଇଛି । ତେବେ ଏହା ହେଉଛି BMW ର ସବୁଠାରୁ ଶସ୍ତା ବାଇକ୍ କମ ଦାମ ସହ ଅନେକ ଭଲ ଫିଚର୍ସ ଆପଣ ଏହି ବାଇକରେ ପାଇପାରିବେ ।

ଏହି ବାଇକ୍ ର ଏକ୍ସ ଶୋ’ରୁମ୍ ମୂଲ୍ୟ ୨.୯୦ ଲକ୍ଷରୁ ଆରମ୍ଭ ହୋଇଛି । ତେବେ ସବୁଠାରୁ ଶସ୍ତା ବାଇକ୍ ହୋଇଥିଲେ ମଧ୍ୟ ଏହି ବାଇକ୍ ମୂଲ୍ୟ ଭାରତୀୟ ବଜାରରେ ଉପଲବ୍ଧ ଅନ୍ୟ ବାଇକ୍ ତୁଳନାରେ ବହୁତ ଅଧିକ । ତେଣୁ ଯଦି ଆପଣ ମଧ୍ୟ BMW ଭଳି ଏକ ବିଳାସପୂର୍ଣ୍ଣ ବାଇକ କମ ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.