Below header

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବ୍ରହ୍ମପୁରରେ କରିବେ ପ୍ରଚାର

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ। ନବରଙ୍ଗପୁର ଗସ୍ତ ବାତିଲ ହୋଇଛି।

ବ୍ରହ୍ମପୁର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ। ନବରଙ୍ଗପୁର ଗସ୍ତ ବାତିଲ ହୋଇଛି। ବ୍ରହ୍ମପୁରରେ ସାଧାରଣ ସଭା ସହିତ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ନଡ଼ା । ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ ନଡ୍ଡା। ସେଠାରୁ ସିଧା ସ୍ୱତନ୍ତ୍ର ବିମନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ।

ସାଢେ ୫ଟାରେ ଆମ୍ବପୁଆରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି କାର୍ଯ୍ୟକର୍ତ୍ତା ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟ କାର୍ଯ୍ୟକର୍ତ୍ତା ଯୋଗ ଦେବେ। ବ୍ରହ୍ମପୁରରେ ରାତ୍ରି ଯାପନ କରିବେ । ପର ଦିନ ସକାଳୁ ଦିଲ୍ଲୀ ଫେରିବେ ନଡ୍ଡା। ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଅମିତ ଶାହା, ରାଜନାଥ ସିଂ ପ୍ରମୁଖ ଲଗାତାର ଭାବରେ ଓଡ଼ିଶା ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.