Below header

ପରୀକ୍ଷା ଦେଉଥିଲେ ଛୁଆ ହଠାତ୍‌ ଉପରୁ ଖସିଲା ଛାତ, ହସ୍ପିଟାଲରେ ହେଲେ ଭର୍ତ୍ତି

ଆଜ୍ଞା ଇଏ ହେଉଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଚିତ୍ର । କଲେଜରେ ପରୀକ୍ଷା ଚାଲୁଥିବା ବେଳେ ହଠାତ ଛାତରୁ ପ୍ଲାଷ୍ଟର ଖସିବାରୁ କ୍ଳାସ ରୁମରେ ପରୀକ୍ଷା ଦେଉଥିବା ୬ ଜଣ ଛାତ୍ରୀ ଆହତ ହୋଇଛନ୍ତି । ଆଉ ସେମାନେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଛନ୍ତି ।

ତାଳଚେର (କେନ୍ୟୁଜ) : ପରୀକ୍ଷା ଦେଉଥିଲେ ପିଲା, ହଠାତ୍‌ ଉପରୁ ଖସିଲା ଛାତ । ଅଧ୍ୟାପକ ଏବଂ ପିଲାମାନେ କିଛି ଭାବିବା ପୂର୍ବରୁ ହିଁ ଛାତ ଆସି ତଳେ ଗଳିପଡିଛି । ଛାତ କେମିତି ତଳେ ଗଳି ପଡିଛି ଆପଣ ଥରେ ନଜର ପକାନ୍ତୁ । ଭାବନ୍ତୁ ଏଇ ଛାତ ତଳେ ବସିଥିବା ପିଲାଙ୍କ ଅବସ୍ଥା କଣ ହୋଇଥିବ । ଆଜ୍ଞା ଇଏ ହେଉଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଚିତ୍ର । କଲେଜରେ ପରୀକ୍ଷା ଚାଲୁଥିବା ବେଳେ ହଠାତ ଛାତରୁ ପ୍ଲାଷ୍ଟର ଖସିବାରୁ କ୍ଳାସ ରୁମରେ ପରୀକ୍ଷା ଦେଉଥିବା ୬ ଜଣ ଛାତ୍ରୀ ଆହତ ହୋଇଛନ୍ତି । ଆଉ ସେମାନେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଛନ୍ତି ।

ସୂଚନା ଅନୁସାରେ ଆଜି ଯୁକ୍ତ ତିନି ଇଂରାଜୀ ବିଭାଗର ଶ୍ରେଣୀ ଗୃହରେ ପରୀକ୍ଷା ଚାଲୁଥିବା ବେଳେ ଛାତରୁ ପ୍ଲାଷ୍ଟର ଛାଡି ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ଛାତ୍ରୀ ମାନଙ୍କ ହାତ , ମୁଣ୍ଡ ଓ କାନ୍ଧରେ ଆଘାତ ଲାଗିଥିଲା ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଭୟଭୀତ ହେବା ସହ ପରୀକ୍ଷା ଦେବାରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଥିଲା।

ପରେ କଲେଜ କତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରୀଙ୍କୁ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ପ୍ରଶ୍ନ ଉଠୁଛି ଯେ ୨୦୨୦ ମସିହାରେ ଉକ୍ତ ବିଲ୍ଡିଂର କାର୍ଯ୍ୟ ପୂର୍ତ୍ତ ବିଭାଗ ନିର୍ମାଣ କାର୍ଯ୍ୟ ସାରି କଲେଜ ହସ୍ତାନ୍ତର କରିଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କଲେଜ ଅଧ୍ୟକ୍ଷ ଘଟଣାକୁ ନେଇ ପୂର୍ତ୍ତ ବିଭାଗ କୁ ଜଣାଇବା ପରେ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବାକୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.