ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ମମତା ସରକାରଙ୍କୁ ଝଟ୍‌କା, ହାଇକୋର୍ଟ ରଦ୍ଦ କଲେ ୨୪,୦୦୦ ସ୍କୁଲ ଶିକ୍ଷକଙ୍କ ଚାକିରି

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ କୋଲକତା ହାଇକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ହାଇକୋର୍ଟ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ ପ୍ୟାନେଲ ଦ୍ୱାରା କରାଯାଇଥିବା ସ୍କୁଲ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ କୋଲକତା ହାଇକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ହାଇକୋର୍ଟ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ ପ୍ୟାନେଲ ଦ୍ୱାରା କରାଯାଇଥିବା ସ୍କୁଲ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି । କୋର୍ଟ ୨୦୧୬ର ସମଗ୍ର ଜବ୍‌ ପ୍ୟାନେଲକୁ ରଦ୍ଦ କରି ପାଖାପାଖି ୨୪,୦୦୦ ଚାକିରିକୁ ବାତିଲ କରିଛନ୍ତି ।

ଏହି ନିଯୁକ୍ତିରେ ୫ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନିଆଯାଇଥିବା ଅଭିଯୋଗ ରହିଛି । କହି ରଖୁଛୁ ଯେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ରାଜ୍ୟ ଶିକ୍ଷା ବିଭାଗର ବହୁ ଅଧିକାରୀଙ୍କୁ ପୂର୍ବରୁ ଗିରଫ କରାଯାଇ ସାରିଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଇଡି ଏବଂ ସିବିଆଇ ଏହି ଅନିୟମିତତା ଘଟଣାର ତଦନ୍ତ କରୁଛନ୍ତି ।

ଏହି ଦୁର୍ନୀତି ୨୦୧୪ର । ସେତେବେଳେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଏସ୍‌ଏସ୍‌ସି) ରାଜ୍ୟରେ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ବାହାର କରିଥିଲା । ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ରେ ଆରମ୍ଭ ହୋଇଥିଲା । ସେହି ସମୟରେ ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିଲେ । ଏହି ମାମଲାରେ କୋଲକାତା ହାଇକୋର୍ଟରେ ଅନିୟମିତତାର ଅନେକ ଅଭିଯୋଗ ଦାଖଲ କରାଯାଇଥିଲା ।

ଆବେଦନକାରୀମାନେ ଅଭିଯୋଗ କରିଥିଲେ ଯେ ଯେଉଁ ପ୍ରାର୍ଥୀଙ୍କ ନମ୍ବର କମ୍ ଥିଲା, ସେମାନଙ୍କୁ ଯୋଗ୍ୟତା ତାଲିକାରେ ସର୍ବୋଚ୍ଚ ସ୍ଥାନ ମିଳିଛି । କେବଳ ଏତିକି ନୁହେଁ, ଆଉ ମଧ୍ୟ ଅଭିଯୋଗ ହୋଇଥିଲା କି, ମେରିଟ୍‌ ଲିଷ୍ଟରେ ନାମ ନ ଥାଇ ବି କେତେଜଣ ପ୍ରାର୍ଥୀଙ୍କୁ ଚାକିରି ଦିଆଯାଇଛି ।

ଅଭିଯୋଗ ମୁତାବକ, ଯେଉଁମାନେ ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ସୁଦ୍ଧା ହୋଇନାହାନ୍ତି, ସେହି ପ୍ରାର୍ଥୀମାନଙ୍କୁ ଚାକିରି ମିଳିଛି । ଯେତେବେଳେ କି, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ । ଏହିପରି ରାଜ୍ୟରେ ୨୦୧୬ରେ ଏସ୍‌ଏସ୍‌ସି ଦ୍ୱାରା ଗ୍ରୁପ୍ ଡିର ୧୩୦୦୦ ନିଯୁକ୍ତି ମାମଲାରେ ଅଭିଯୋଗ ଗ୍ରହଣ କରାଯାଇଥିଲା । ହାଇକୋର୍ଟ ଏ ସମସ୍ତ ଆବେଦନ ଶୁଣାଣି ବେଳେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଇଡି ଶିକ୍ଷକ ନିଯୁକ୍ତି ଏବଂ କର୍ମଚାରୀ ନିଯୁକ୍ତି ମାମଲାରେ ଅର୍ଥର ଅନୁସନ୍ଧାନ ଆରମ୍ଭ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.