ବିଜେଡିର ରୋଡ଼ ସୋ ବେଳେ ଅସୁସ୍ଥ ହେଲେ ଅରୂପ ପଟ୍ଟନାୟକ
ପିପିଲି ହାଟ ଛକରେ ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଅରୂପ l

ପିପିଲି : ପିପିଲିରେ ବିଜେଡିର ରୋଡ଼ସୋ ବେଳେ ପୁରୀ ଲୋକସଭାର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ l ପିପିଲି ହାଟ ଛକରେ ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଅରୂପ l ଉପସ୍ଥିତ ଥିବା କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଛିଞ୍ଚି ଉଠାଇ ଥିଲେ l ପରେ ଅରୂପଙ୍କୁ ପିପିଲି ହସ୍ପିଟାଲକୁ ନିଆଯାଇଥିଲା l ତାଙ୍କ ବିପି ଲୋ ଥିବା ଡାକ୍ତର କହିଛନ୍ତି । ପରେ ଭୁବନେଶ୍ୱର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ଅରୂପ ।