Below header

୨୦୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର

ଘାଟିରୁ ଓଲଟିଲା ଟ୍ରକ । ୨୦୦ ଫୁଟ ତଳକୁ ଓଲଟିଲା ପେପର ବୋଝେଇ ଟ୍ରକ୍ । ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟି ହରିଡାମୂଳରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର । ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଘାଟିରୁ ଓଲଟି ପଡିଥିଲା ।

ଖଲ୍ଲିକୋଟ (କେନ୍ୟୁଜ): ଘାଟିରୁ ଓଲଟିଲା ଟ୍ରକ । ୨୦୦ ଫୁଟ ତଳକୁ ଓଲଟିଲା ପେପର ବୋଝେଇ ଟ୍ରକ୍ । ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟି ହରିଡାମୂଳରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର । ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଘାଟିରୁ ଓଲଟି ପଡିଥିଲା ।

ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । କିନ୍ତୁ ଭାରସାମ୍ୟ ହରାଇ ପେପର ବୋଝେଇ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଶୋଭା ନିକଟ ନଦୀ ବନ୍ଧ ଉପରୁ ବସ୍ ଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ରେ ୧୦ରୁ ଅଧିକ ମହିଳା ଓ ୮ରୁ ଊର୍ଦ୍ଧ୍ଵ ଶିଶୁ ଥିଲେ । ସମସ୍ତ ଗୁରୁତରଙ୍କୁ ବାଲିକୁଦା ମେଡିକାଲ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଆହାତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.