Below header

ଖରାରେ ଆଉଟୁପାଉଟୁ ଜନଜୀବନ, ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୬ ଡିଗ୍ରୀ ରେକର୍ଡ

ମେ ୧ ଯାଏ ମିଳିବନି ନିସ୍ତାର । ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ । ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା ଓ ବାଲେଶ୍ବର ।

ଭୁବନେଶ୍ୱର (କେନ୍ୟୁଜ): ମେ ୧ ଯାଏ ମିଳିବନି ନିସ୍ତାର ।  ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ ।  ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା ଓ ବାଲେଶ୍ବର । ମାଲକାନଗିରିରେ ୩୫, ମାଲକାନଗିରି ଓ କେନ୍ଦୁଝରରେ ୩୫ , ଭାବନୀପାଟଣାରେ ୩୪.୪, ଭୁବନେଶ୍ବରରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୩୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରେକର୍ଡ କରାଯାଇଛି ।

ଆଜି ଓ କାଲି ଆହୁରି ବଢିବ ତାତି । ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ଅନୁଭୂତ ହେବ ।  ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର ।  ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଆସନ୍ତାକାଲି ମଧ୍ୟ ଅତିଭୀଷଣ ଗ୍ରୀଷ୍ମଲହରୀ ନେଇ ୧୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୩ ଜିଲ୍ଲାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ଲାଗାତାର ୧୪ ଦିନ ଧରି ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ ।  ମେ ୧ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ।  ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.