ମିଠା ମିଠା କଥା କହି ଖାଦ୍ୟରେ ଦେଲେ ନିଶା, ପରେ ସବୁ କିଛି ଲୁଟିନେଲେ

ଆପଣ ବି ବ୍ୟକ୍ତିଙ୍କ ସହ ହୋଇଥିବା ଘଟଣା ବିଷୟରେ ଜାଣିଲେ ତାଜୁବ ହୋଇଯିବେ । ବ୍ୟକ୍ତି ଜଣଙ୍କ ହୋଇଛନ୍ତି ଲୁଟର ଶିକାର । ଖାଲି ଲୁଟର ଶିକାର ହୋଇଛନ୍ତି ତା ନୁହେଁ ତାଙ୍କୁ ନିଶା ମଧ୍ୟ ଦିଆଯାଇଛି । ଆଉ ତା ପରେ ଯାହା ହୋଇଛି ତାହା ନକହିବା ଭଲ ।

ବେଳେବେଳେ ଏମିତି କିଛି ହୁଏ ଯାହା ବିଷୟରେ କେହି କେବେ କଳ୍ପନା କରି ନଥାନ୍ତି । ଆଉ ଏଭଳି ଖବର ଜାଣିବା ପରେ ଲୋକଙ୍କ ରକ୍ତ ଗରମ ହୋଇଯାଏ । ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହୋଇଛି ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ । ଆପଣ ବି ବ୍ୟକ୍ତିଙ୍କ ସହ ହୋଇଥିବା ଘଟଣା ବିଷୟରେ ଜାଣିଲେ ତାଜୁବ ହୋଇଯିବେ । ବ୍ୟକ୍ତି ଜଣଙ୍କ ହୋଇଛନ୍ତି ଲୁଟର ଶିକାର । ଖାଲି ଲୁଟର ଶିକାର ହୋଇଛନ୍ତି ତା ନୁହେଁ ତାଙ୍କୁ ନିଶା ମଧ୍ୟ ଦିଆଯାଇଛି । ଆଉ ତା ପରେ ଯାହା ହୋଇଛି ତାହା ନକହିବା ଭଲ ।

ସତରେ ନିଷ୍ଠୁର ଲୁଟେରା ମାନଙ୍କର ହୃଦୟ ବୋଲି କଣ କିଛି ନାହିଁ ? ସବୁବେଳେ ବିଭିନ୍ନ ଉପାୟରେ ନିରୀହ ଲୋକଙ୍କୁ ଲୁଟୁଛନ୍ତି । ଲୁଟି ନେଇ ସେମାନଙ୍କୁ ରାସ୍ତାରେ ଫିଙ୍ଗି ଚାଲି ଯାଉଛନ୍ତି । ବେଧଡ଼କ ଭାବେ ଏଭଳି କରୁଛନ୍ତି, କାହାକୁ ବି ଏମାନଙ୍କର ଡର ନାହିଁ । ତେବେ ନିକଟରେ କିଛି ଲୁଟେରା ମାନେ ଫୁଲବାଣୀର ଜିଉଦୟଗିରି ଥାନା ଅନ୍ତର୍ଗତ ଉଦାଙ୍ଗିଆ ଗାଁର ଜଣେ ଯୁବକଙ୍କ ଠାରୁ ନିଶା ଦେଇ ଲୁଟ କରିଥିଲେ ।

ଏହି ଯୁବକ ବରମୁଣ୍ଡା ବସଷ୍ଟାଣ୍ଡରେ ଏପଟ ସେପଟ ହେଉଥିବା ସମୟରେ ସୈତାନ ଲୁଟେରା ପାଖକୁ ଆସି ଥିଲା । ମିଠା ମିଠା କଥା କହି ବ୍ୟକ୍ତିଙ୍କୁ ଖାଦ୍ୟରେ ନିଶାଦେଇ ଦେଲା । ଯେତେବେଳେ ଯୁବକଙ୍କୁ ନିଶା ହୋଇଗଲା ତାଙ୍କୁ ଏକ ଏକାନ୍ତ ସ୍ଥାନକୁ ନେଇଗଲା । ପରେ ଯୁବକଙ୍କ ଠାରୁ ସବୁ ଲୁଟି ନେଇ ତାଙ୍କୁ ଫିଙ୍ଗି ଦେଇ ଚାଲିଗଲା । ସିଟି ଓମେନ୍ସ କଲେଜ ବିପରୀତ ଦିଗରେ ଥିବା ବସ୍ତି ରୋଡ଼ ଉପରେ ଯୁବକଙ୍କ ନିଶାସକ୍ତ ଅବସ୍ଥାରେ କିଛି ଲୋକ ପାଇଥିଲେ । ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଗୋଟିଏ ଗଞ୍ଜି ପ୍ୟାଣ୍ଟ ଖଣ୍ଡେ ଜୋତା ଛାଡି ଆଉ ସବୁ ନେଇ ଚମ୍ପଟ ମାରିଥିଲେ ଲୁଟେରା । ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଯାଇଛନ୍ତି ଉକ୍ତ ବ୍ୟକ୍ତି । ଯୁବକ ଜଣଙ୍କ ଦୂର ସ୍ଥାନରୁ ଆସିଥିବାରୁ ଅଭିଯୋଗ କରିନାହାନ୍ତି ।

ଦୀର୍ଘ ବର୍ଷ ହେବ ଅନେକ ଯୁବକ ଏଭଳି ବରମୁଣ୍ଡାରେ ଲୁଟ ର ଶିକାର ହେଉଛନ୍ତି । କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯଦି ପୋଲିସ ଏହି ଲୁଟେରା ମାନଙ୍କୁ ଧରିବା ପାଇଁ ଚେଷ୍ଟା କରିବ ତେବେ ଅନେକ ନିରୀହ ଜୀବନ ସୁରକ୍ଷିତ ହୋଇ ପାରନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.